Wednesday , August 4 2021
Breaking News
Home / ବିଶେଷ / କୁଜଙ୍ଗ ସାହିତ୍ୟ-ସଂସ୍କୃତି ପରିଷଦ ପକ୍ଷରୁ ପାଦେଶିକ ସାରସ୍ୱତ ଆସର

କୁଜଙ୍ଗ ସାହିତ୍ୟ-ସଂସ୍କୃତି ପରିଷଦ ପକ୍ଷରୁ ପାଦେଶିକ ସାରସ୍ୱତ ଆସର

ପାରାଦ୍ୱୀପ ୨୫/୦୮/୨୦୧୯(ଓଡ଼ିଶା ସମାଚାର)- କୁଜଙ୍ଗ ସାହିତ୍ୟ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ପ୍ରାଦେଶିକ ସାରସ୍ୱତ ଆଶର ପାରାଦ୍ୱୀପ ମହାବିଦ୍ୟାଳୟ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦଘାଟନ କରିଥିôବା ବେଳେ ଜଗତସିଂପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ବଡଚଣାର ମାନ୍ୟବର ବିଧାୟକ ଅମରପ୍ରସାଦ ଶତପଥି, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯଥାକ୍ରମେ ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତିକ ଡ.ପ୍ରଫୁଲ କୁମାର ମହାନ୍ତି, କବି ଡ.ଫନ୍ନି ମହାନ୍ତି, ଓଡିଆ ଭାଷା ପରିଷଦ ସଦସ୍ୟ ସୁଶାନ୍ତ କୁମାର ନାୟକ, ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ପାରାଦ୍ୱୀପ ଇଫକୋ ଏଚ୍ଆର ଉପମହାପ୍ରବନ୍ଧକ ଜ୍ଞାନଚାନ୍ଦ ଆଚାର୍ଯ୍ୟ ପ୍ରମୁଖ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ । ଏହି ପ୍ରାଦେଶିକ ସାରସ୍ୱତ ଆଶରରେ ରାଜ୍ୟର ବିଭିନ୍ନ ଅଂଚଳରୁ କବି, ସାହିତି୍ୟକ ଯୋଗଦେଇ ଆୟୋଜିତ ଆଲୋଚନା ଚକ୍ର, କବିତାପାଠ ଓ ସମ୍ବର୍ଦ୍ଧନା ପର୍ବ କାର୍ଯ୍ୟକ୍ରମରେ ସାମିଲି ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦ ସଭାପତି ପିତାମ୍ବର ତରାଇ ପରିଚାଳନା କରିଥିବା ବେଳେ ସମ୍ପାଦକ ଅକ୍ଷୟ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ମୋନାଲିସା ସାହିତ୍ୟ ସଂସଦର ସମ୍ପାଦିକା ସଙ୍ଘମିତ୍ରା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *