Tuesday , June 15 2021
Breaking News
Home / ବିଶେଷ / କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)-  କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୧୭୪ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୧୪୯ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୯୨ଟି, ରେସନ୍କାର୍ଡ ସଂପର୍କିତ-୮ଟି,ଭତା ସଂମ୍ବନ୍ଧୀୟ-୦୯ଟି, ଆଇନ ସହାୟତା ସଂପର୍କିତ-୦୪ଟି,ପାନୀୟ ଜଳ ସମସ୍ୟା ସଂପର୍କିତ-୦୫ଟି,ଜମିଜମା ସମସ୍ୟା ସଂପର୍କିତ-୦୭ଟିଓ ଅନ୍ୟାନ୍ୟ-୨୪ଟି, ଗାଁ ସମସ୍ୟା ସଂପର୍କିତ-୨୨ଟିି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିରୁ-୦୩ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ଗୋଟିଏ ଅଭିଯୋଗର ଶୁଣାଣୀ କରାଯାଇ ସଂଗେ ସଂଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସୁଧା ସିଂହ,ଅତିରି୍କ୍ତ ଜିଲ୍ଲାପାଳ,ପାରାଦ୍ୱୀପ ଶ୍ରୀ କାହ୍ନୁ ଚରଣ ଧୀର,ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି,ବି.ଡି.ଓ,ତହସିଲଦାର,ଜିଲ୍ଲାସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ,ପଂଚାୟତ ପ୍ରତିନିଧି, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀ ରଂଜନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *