Saturday , June 19 2021
Breaking News
Home / ବିଶେଷ / କୁଜଙ୍ଗ ତହସିଲଦାରଙ୍କ କମ୍ପାନୀ ପ୍ରିତି, ବିରୋଧ କଲା ୪ଶ୍ରମିକ ସଙ୍ଗଠନ

କୁଜଙ୍ଗ ତହସିଲଦାରଙ୍କ କମ୍ପାନୀ ପ୍ରିତି, ବିରୋଧ କଲା ୪ଶ୍ରମିକ ସଙ୍ଗଠନ

ପାରାଦ୍ୱୀପ ୩୦/୦୬/୨୦୧୯ (ଓଡ଼ିଶା ସମାଚାର)-ପାରାଦ୍ୱୀପର ୪ଗୋଟି ଶ୍ରମିକ ସଙ୍ଗଠନ ଏସଆର ଷ୍ଟିଲ ଇଣ୍ଡିଆ ୱାର୍କର୍ସ ୟୁନିୟନ, ପାରଦ୍ୱୀପ ପୋର୍ଟ ଆଣ୍ଡ ଡକ ମଜଦୁର ୟୁନିୟନ, ଇଫକୋ କର୍ମଚାରୀ ଆଣ୍ଡ ଶ୍ରମିକ ୟୁନିୟନ, ପେଟ୍ରୋଲିୟମ ପ୍ରୋଡକଟ୍ସ ହ୍ୟାଣ୍ଡଲିଂ ଆଣ୍ଡ କ୍ୟାରିୟର୍ସ ଏମ୍ପେ୍ଳାଇଜ ୟୁନିୟନ ମିଳିତ ଭାବେ ଏସାର ଷ୍ଟିଲ ପ୍ରତି କୁଜଙ୍ଗ ତହସିଲଦାରଙ୍କ ପ୍ରିତିକୁ ବିରୋଧ କରିବା ସହିତ ଆଗାମି ଦିନରେ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବାରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ତେବେ ଶ୍ରମିକ ସଙ୍ଗଠନ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଳାଇବେ ଏବଂ ପାରାଦ୍ୱୀପ ଅଂଚଳର ସମସ୍ତ କଳକାରଖାନା ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କୁଜଙ୍ଗ ତହସିଲଦାର ଶ୍ରୀ ରମେଶଚନ୍ଦ୍ର ପଣ୍ଡା ପାରାଦ୍ୱୀପ ଏସାର ଷ୍ଟିଲ ଇଣ୍ଡିଆ ଲିିମିଟେଡ କମ୍ପାନିର ରକ୍ଷକ ସାଜିଛନ୍ତି । ସମସ୍ତ ନିୟମ କାନୁନକୁ ଉପେକ୍ଷା କରି, ଏସାର ଷ୍ଟିଲ ଇଣ୍ଡିଆ କମ୍ପାନି ଅଧିନରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ନିର୍ଯ୍ୟାତିତ କରିବାପାଇଁ,ଶୋଷଣ କରିବା ପାଇଁ କମ୍ପାନିକୁ ସହଯୋଗ କରିବାକୁ ଯାଇ କ୍ରମାନ୍ୱୟ ଭାବରେ ଦିର୍ଘ ୧ବର୍ଷଧରି ଦେଇ ଚାଲିଛନ୍ତି ୧୪୪ ଆଦେଶ ନାମା । କୌଣସି କାରଣ ନଥାଇ ଜାରି କରୁଛନ୍ତି ୧୪୪ ଧାରା । ଏହାର ସୁଯୋଗ ନେଇ କୌଣସି କାରଣ ନଥାଇ ଶ୍ରମିକ ମାନଙ୍କୁ କାର୍ଯ୍ୟରୁ ବାହାର କରୁଛନ୍ତି କମ୍ପାନୀ । ଜନ ସାଧାରଣରେ ଏବଂ ଶ୍ରମିକ ମହଲରେ ପ୍ରଶ୍ନ ଉଠୁଛି ତହସିଲଦାର କାହା ପାଇଁ କାମ କରୁଛନ୍ତି । ଲେବର କମିଶନର ଚିଠି ଦ୍ୱାରା ଡାକିଲେ ସେଠାରେ ମ୍ୟାନେଜମେଣ୍ଟ ଉପସ୍ଥିତ ହେଉନାହିଁ । କମ୍ପାନିରେ କାର୍ଯ୍ୟରତ ଶ୍ରମିକ ମାନେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବା ପାଇଁ ସ୍ୱର ଉଠାଇ ପାରୁ ନାହାଁନ୍ତି । କମ୍ପାନି ଶ୍ରମିକଙ୍କର ଦରମା ଠିକ ଭାବରେ ଦେଉ ନାହାଁନ୍ତି, ବୋନଓ ଦେଉ ନାହାଁନ୍ତି, ଫ୍ୟାକ୍ଟ୍ରି ଆକ୍ଟ ଅନୁସାରେ ଛୁଟି, ମେଡିକାଲ ଚିକିତ୍ସା ସୁବିଧା, ଇ.ପି.ଏଫ୍, ଇ.ଏସ୍.ଆଇ ଇତ୍ୟାଦି ଠିକାଦାର ମାନେ ନ ଦେଇ ଦୀର୍ଘ ୮ବର୍ଷ ହେବ ଠକି ଚାଲିଛନ୍ତି । ଏ ବିଷୟରେ ତହସିଲଦାର ଅବଗତ ଥାଇ ମଧ୍ୟ ବାରବାର ୧୪୪ ଧାରା ଜାରି କରି ଶ୍ରମିକ ମାନଙ୍କର ଅଧିକାରକୁ ହତ୍ୟା କରୁଛନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିଆଲ ଡିସ୍ପୁଟ ଆକ୍ଟ ୧୯୪୭ରେ ଶ୍ରମିକ ମାନଙ୍କୁ ଦେଇଥିବା ଅଧିକାର ଉପରେ ହସ୍ତକ୍ଷେପ କରି ତହସିଲଦାର ୧୪୪ ଧାରା ଜାରି କରୁଛନ୍ତି ଯାହାକି ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଆଇନ ଉଲଙ୍ଘନ କାର୍ଯ୍ୟ । ଅତିରିକ୍ତ ଜିଲ୍ଳାପାଳଙ୍କ ତତ୍ୱାବଧାନରେ ଡିଭିଜନାଲ ଲେବର କମିସନର ଜଗତସିଂହପୁର ଏବଂ କମ୍ପାନୀ ଉଚ୍ଚ ପଦସ୍ଥ ଅଫିସର ମାନଙ୍କୁ ନେଇ ଏକ ବୈଠକତା ୧୯.୧୨.୨୦୧୮ ରିଖରେ ବସିଥିଲା । ଉକ୍ତ ବୈଠକରେ ସମସ୍ତଙ୍କ ସହମିତିକ୍ରମେ ନିଷ୍ପତି ନିଆଯାଇଥିଲାଯେ ଶ୍ରମିକ ମାନଙ୍କ ସମସ୍ୟା ଡିଭିଜନାଲ ଲେବର କମିଶନର ଜଗତସିଂହପୁର ସମାଧାନ କରିବେ କିନ୍ତୁ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଲେବର କମିଶନର ତା ୩୦.୦୫.୨୦୧୯ ରିଖରେ ଚିଠି ଦେଲାପରେ କମ୍ପାନି ସେଥିପ୍ରତି ଧ୍ୟାନ ନଦେଇ ଶ୍ରମିକ ମାନଙ୍କୁ ଶୋଷଣ କରିବା ପାଇଁ ତହସିଲ ଦାରଙ୍କୁ ଅନୈତିକ ଭାବେ ଲୋଭର  ବଶବର୍ତି କରାଇବାରେ ସଫଳ ହୋଇଛନ୍ତି ଏବଂ ତହସିଲଦାର ସେଠାରେ ସମସ୍ତ ଆଇନ କାନୁନ କୁ ଉଲଙ୍ଘନ କରି ୧୪୪ ଧାରା ଜାରି କରିଛନ୍ତି । ମାନ୍ୟବର ତହସିଲଦାରଙ୍କ ଅଧ୍ୟକ୍ଷତାରେ କମ୍ପାନିର ଉଚ୍ଚପଦସ୍ଥ ଅଫିସର ଏବଂ ଏସାର ଷ୍ଟିଲ ଇଣ୍ଡିଆ ୱାର୍କର୍ସ ୟୁନିୟନର କର୍ମକର୍ତାଙ୍କୁ ନେଇ ଏକ ବୈଠକ ୦୯.୧୧.୨୦୧୮ ରିଖିରେ ବସିଥିଲ । ଉକ୍ତ ବୈଠକରେ ନିଷ୍ପତି ନିଆଯାଇଥିଲା ଯେ ଶ୍ରମିକ ମାନଙ୍କର ସମସ୍ୟାକୁ ନେଇ ପ୍ରତ୍ୟେକ ମାସରେ ଏକ ବୈଠକ ମ୍ୟାନେଜମେଣ୍ଟ ସହିତ ବସିବ କିନ୍ତୁ ତାହା କରିବାକୁ ମ୍ୟାନେଜମେଣ୍ଟ କରାଇଦେଉ ନାହିଁନ୍ତି । ସେଥିରେ ମଧ୍ୟ ତହସିଲଦାର ନିରବଦ୍ରଷ୍ଟା ସାଜିଛନ୍ତି । ୟୁନିୟନର ଅଫିସ ବିୟରର ମାନଙ୍କୁ ଆବଶ୍ୟ ବେଳେ ଆଲୋଚନା ପାଇଁ କମ୍ପାନୀ ଅଫିସକୁ ଯିବା ପାଇଁ ଗେଟରେ ପରିମିଶନ ଦେବାପାଇଁ ନିଷ୍ପତି ନିଆଯାଇଥିଲେ ମଧ୍ୟ ସେଥିରେ ମ୍ୟାନେଜମେଣ୍ଟ ଟାଳଟୁଳ ନିତି ଅବଲମ୍ବନ କରି କରାଇ ଦେଉ ନାହିାଁନ୍ତି । ଶ୍ରମିକ ମାନେ ମେମ୍ବର ଥିବା ଏସାର ଷ୍ଟିଲ୍ ଇଣ୍ଡିଆ ୱାର୍କର୍ସ ୟୁନିୟନର ବାରମ୍ବାର ଲେବର କମିଶନର, ଏବଂ ରାଜ୍ୟର ବିଭିନ୍ନ ଉଚ ପଦସ୍ଥ ଅଧିକାରୀ ମାନଙ୍କ ଜଣାବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଯଦି ତହସିଲଦାର ୧୪୪ ଧାରା ପ୍ରତ୍ୟାହାର ନ କରନ୍ତି ଏବଂ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବାରେ ପ୍ରତିବନ୍ଧକ ସୃଷ୍ଟି କରନ୍ତି ତେବେ ପାରାଦ୍ୱୀପରେ କାର୍ଯ୍ୟରତ ସମସ୍ତ ଶ୍ରମିକ ସଙ୍ଗଠ ମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଳାଇବେ ଏବଂ ପାରାଦ୍ୱୀପ ଅଞ୍ଚଳର ସମସ୍ତ କଳ କାରଖାନା ବନ୍ଦ ରହିବ ଏବଂ ଆଇନ୍ ଶୃଙ୍ଖଳାରେ ବ୍ୟାଘାତ ସୃଷ୍ଟି ହେବ ସେଥିପାଇଁ ତହସିଲଦାର  କୁଜଙ୍ଗ ଏବଂ ଉଚ୍ଚ ପଦସ୍ଥ ଅଧିକାରି ମାନେ ଦାୟି ରହିବେ ବୋଲି ଶ୍ରମିକ ସଙ୍ଗଠନ ମାନେ ଦୃଢ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *