Sunday , June 20 2021
Home / ବିଶେଷ / କୁକୁର କାମୁଡ଼ାରେ ମହିଳା ଆହତ

କୁକୁର କାମୁଡ଼ାରେ ମହିଳା ଆହତ

ଗରଦପୁର, ୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ଗ୍ରାମର ସତ୍ୟାନନ୍ଦ ସାହୁଙ୍କ ସ୍ତ୍ରୀ ଫୁଲଲତା ସାହୁ (୬୬) ଆଜି କୁକୁର କାମୁଡ଼ାରେ ଆହତ ହୋଇଛନ୍ତି । ଗ୍ରାମର ଏକ ବୁଲା କୁକୁର ତାଙ୍କ ବାମ ଗୋଡ଼କୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲା । ପରିବାର ତରଫରୁ ତାଙ୍କୁ ପାଟକୁରା ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ଫୁଲଲତାଙ୍କୁ କୁକୁର କାମୁଡ଼ା ଇଂଜେକସନ୍ ଦିଆଯାଇଛି । ଉଲେଖନୀୟ ଏହିକି ଗତ ସପ୍ତାହ ମଧ୍ୟରେ ଏହି ଗ୍ରାମରେ ୩ ଜଣ କୁକୁର କାମୁଡ଼ାରେ ଆହତ ହେଲେଣି ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *