Tuesday , June 15 2021
Breaking News
Home / ବିଶେଷ / କୁଇକୁଳ ସମିତିର ବାର୍ଷିକ ଉତ୍ସବ ଆୟୋଜିତ

କୁଇକୁଳ ସମିତିର ବାର୍ଷିକ ଉତ୍ସବ ଆୟୋଜିତ

ବାଲିଗୁଡା,୨୩/୦୨/୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଡ଼ ସ୍ଥିତ କୁଇକୁଳ ସମିତିର ବାର୍ଷିକ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୁଇ ସମାଜ ସମନ୍ୱୟ ସମିତିର ମହାସଚିବ ତଥା ଆଇନଜୀବୀ ଲମ୍ବୋଦର କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜନଜାତି ଉନ୍ନୟନ ପରିଷଦ ର ପୂର୍ବତନ ଅଧକ୍ଷ ରୋଦନ ମଳିକ, ସାଧାରଣ ସମ୍ପାଦକ ପ୍ରଦୀପ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ  ।  ପାରମ୍ପରିକ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇ ଚାଙ୍ଗୁ ବାଦ୍ୟ ସହ ଆଦିବାସୀ ନୃତ୍ୟର ତାଳେ ତାଳେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ସହ ପୁଷ୍ପମାଲ୍ୟାର୍ପଣ କରି ମୁଖ୍ୟ ଅତିଥି  ଶ୍ରୀ କହଁରଙ୍କୁ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁଇକୂଳର  ରୀତିନୀତି ଅନୁସାରେ ପୂଜାର୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା  ।  ବିଶେଷ କରି କନ୍ଧମାଳ ଜ଼ିଲ୍ଲାରେ ଲାଗିରହିଥିବା ଆଦିବାସୀଙ୍କ ଜମିଜମା ସମସ୍ୟା, ଜାଲ ଜାତିଗତ ପ୍ରମାଣ ପତ୍ର ହଡପ ସମ୍ଵନ୍ଧରେ ଆଲୋଚନା ହୋଇଥିଲା  । ଏ ନେଇ ସରକାର ଓ ଜ଼ିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି  ଆକର୍ଷଣ କରାଯିବ ବୋଲି ଆଦିବାସୀ ନେତା ଲମ୍ବୋଦର କହଁର ନିଜ ବକ୍ତବ୍ୟରେ କହିଥିଲେ  ।  ସେହିପରି କୁଇ ସମାଜ ର ସାମୁହିକ ବିକାଶ ଓ ସଂଗଠନ ପାଇଁ ତାଙ୍କର ଦୀର୍ଘ ୪୫ ବର୍ଷର ସଂଘର୍ଷ କାହାଣୀ ମଧ୍ୟ ବର୍ଣ୍ଣନା କରିଥିଲେ । ମଞ୍ଚ ତରଫରୁ କୁଆଡେ ହିନ୍ଦୁ ଆଦିବାସୀ ବିରୋଧୀ ଅପ ପ୍ରଚାରକୁ ତୀବ୍ର ବିରୋଧ କରାଯାଇଥିଲା । ଏନେଇ ଜନ ଜାତି ସୁରକ୍ଷା ମଞ୍ଚର ଆବାହକ ଦିନବନ୍ଧୁ ପ୍ରଧାନ କହିଛନ୍ତି ଯେ ଆମେ କୁଇ ସମାଜ ସଂଗଠନ କି ବାର୍ଷିକ ଉତ୍ସବ କୁ ମଧ୍ୟ ବିରୋଧ କରୁନାହୁଁ  । କିଛି ଆଦିବାସୀ ନେତା ହିନ୍ଦୁ ଧର୍ମ ଉପରେ ବିଭ୍ରାନ୍ତକର ମନ୍ତବ୍ୟ ଦେଉଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରଲ ହେଉଛି ଓ ହିନ୍ଦୁ ଦେବା ଦେବୀଙ୍କୁ କଟାକ୍ଷ କରିଛନ୍ତି ଏବଂ ଆଦିବାସୀ ହିନ୍ଦୁ ନୁହନ୍ତି ବୋଲି କହୁଛନ୍ତି ଯାହା ହିନ୍ଦୁ ଧର୍ମୀୟ ଭାବନା ପ୍ରତି କୁଠାର ଘାତ କରୁଛି ତାହା ଠିକ ନୁହେଁ  ।  ଏଣୁ ଏହାର ବିରୋଧ କରୁଥିବା କହୁଛନ୍ତି  ।     ତେବେ ଏହାର ପ୍ରତିକ୍ରିୟାରେ ଲମ୍ବୋଦର କହଁର କହିଛନ୍ତି ଯେ କିଛି ଅଣ ଆଦିବାସୀ ଲୋକ ଆଦିବାସୀ ଏକତାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ରୀତିମତ ଷଡଯନ୍ତ୍ର କରୁଛନ୍ତି  ।  ଏଣୁ ସମସ୍ତ ଆଦିବାସୀ ଭାଇଭଉଣୀ ଙ୍କୁ ବୁଝାଇ ଭାଇଚାରା ଓ ଏକତା ର ସୂତ୍ର ରେ ବାନ୍ଧି ରଖିବା ପାଇଁ ପ୍ରୟାସ କରାଯିବ ବୋଲି ବରିଷ୍ଠ କୁଇନେତା ଲମ୍ବୋଦର କହଁର କହିଛନ୍ତି  ।  ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସାରଙ୍ଗଡ଼ ଥାନା ଅଧିକାରୀ ଅନିତା କୀଡୋ ଓ ଘୁ ଉଦୟଗିରି ଏସଡିପି ଓ ଡି.ଟି.ଆର. ପଟ୍ଟନାୟକଙ୍କ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  । ଓଡ଼ିଶା ସମାଚାର             

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *