Thursday , June 17 2021
Breaking News
Home / ବିଶେଷ / କିଶନ ନଗର ବୁଦ୍ଧିଜିବୀ , ନାଗରିକ ମଞ୍ଚ ଓ ବ୍ୟବସାୟ ସଂଘ ପକ୍ଷରୁ ପ୍ରତିବାଦ ସଭା

କିଶନ ନଗର ବୁଦ୍ଧିଜିବୀ , ନାଗରିକ ମଞ୍ଚ ଓ ବ୍ୟବସାୟ ସଂଘ ପକ୍ଷରୁ ପ୍ରତିବାଦ ସଭା

କିଶନ ନଗର,୧୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିରୁଦ୍ଧରେ ବିଜେପି ମିଥ୍ୟା ଆରୋପ ଓ କୁଶପୁତ୍ତଳିକା ଦାହ କୁ ନିନ୍ଦା କରି କଟକ ଜିଲ୍ଲା କିଶନ ନଗର ବୁଦ୍ଧିଜିବୀ, ନାଗରିକ ମଂଚ, ବ୍ୟବସାୟ ସଂଘ ପକ୍ଷରୁ ଘୋର ନିନ୍ଦା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରାରେ କିଶନ ନଗର ଥାନା ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତି ଠାରୁ ଏକ ଶୋଭାଯାତ୍ରାରେ ବିଜେପି ବିରୋଧୀ ନାରା ଦେବା ସହ ବଜାରଦେଇ ବ୍ୟାଙ୍କ ଛକ ନିକଟରେ କେନ୍ଦ୍ର ଓ ରାଜ୍ୟସ୍ତରୀୟ ନେତୃ ମଣ୍ଡଳୀ ଙ୍କ କୁସପୁତଳିକା ଦାହ କରିଥିଲେ।  ବିରୋଧୀ ଦଳମାନଙ୍କର ଏଭଳି ରାଜନୈତିକ ଅଭିସନ୍ଧିକୁ ବିରୋଧ କରି ମନ୍ତ୍ରୀଙ୍କୁ ଅଯଥାରେ ବଦନାମ କରାଯାଉଥିବା ଅଭିଯୋଗ କରିଥିଲେ । ତେବେ ଯଦି ଅଗାମିଦିନରେ ଏହା ବନ୍ଦ ନକରାଯାଏ  ଆନ୍ଦୋଳନ ଜୋରଦାର କରାଯିବ ବୋଲି ଆନ୍ଦୋଳନ କାରୀମାନେ ପ୍ରକାଶ କରିଛନ୍ତି।ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *