Sunday , June 13 2021
Breaking News
Home / ବିଶେଷ / କିନ୍ନର ସଂଘ ପକ୍ଷରୁ ମଶାରୀ ଓ ଛତା ବଂଟନ 

କିନ୍ନର ସଂଘ ପକ୍ଷରୁ ମଶାରୀ ଓ ଛତା ବଂଟନ 

ରଘୁନାଥପୁର,୨୭/୬/୨୦୧୯(ଓଡ଼ିଶା ସମାଚାର) – ରଘୁନାଥପୁର ବ୍ଲକ୍ ଛପଡ଼ା ଓ ଏରଡ଼ଙ୍ଗା ପଂଚାୟତର ଗରୀବ, ଅସହାୟ , ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ଜଗତସିଂହପୁର ପାରାଦୀପ କିନ୍ନର ସଂଘ ପକ୍ଷରୁ ଛତା ଓ ମଶୁରୀ ବଂଟନ କରାଯାଇଛି ।  ବ୍ରାହ୍ମଣବାଡ଼ିସ୍ଥିତ ଷ୍ଟାର ମଣ୍ଡପରେ ସଂଘର ସଭାନେତ୍ରୀ ରାଧାମା , ସମ୍ବାଦିକା ରଙ୍ଗବତୀ ମା ଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏସବୁ ବଂଟନ କରିଥିଲେ । ସ୍ଥାନୀୟ ଅଂଚଳର ସମାଜସେବୀ ଏହି କାର୍ଯ୍ୟରେ ସହାୟତା ଯୋଗାଇଥିବା ସ୍ଥାନୀୟ ଅଂଚଳର ଦେବବ୍ରତ ତ୍ରିପାଠୀ,  ଦିଲିପ ସ୍ୱାଇଁ,କୁନୁ ମିଶ୍ର,  ରାମଚନ୍ଦ୍ର ବାହାଲିଆ,  ବାପି ରାୟ, ତପି ମହାପାତ୍ର , ରମାକାନ୍ତ ଦାସଙ୍କୁ ମଧ୍ୟ ସଂଘ ପକ୍ଷରୁ ସମ୍ପର୍ଦ୍ଧିତ କରାଯାଇଥିଲା । ଏ ସମ୍ପର୍କରେ ସଭାନେତ୍ରୀ ରାଧାମା ସମାଜ ସେବା ପ୍ରତି ମନ ବଳାଇବା ନେଇ କୁହନ୍ତି ଯେ ବର୍ଷା ଦିନ ଆସୁଥିବାରୁ ଅନେକ ବୃଦ୍ଧ ବୃଦ୍ଧା ଅର୍ଥାଭବେରୁ ଘରେ ମଶାରୀ ଟାଙ୍ଗି ଶୋଇପାରନ୍ତି ନାହିଁ । ସେହିପରି ଛତାଟିଏ ମଧ୍ୟ କିଣି ପାରନ୍ତି ନାହିଁ । ଏହାକୁ ଆଖି ଆଗରେ ରଖି ସଂଘର ନିଷ୍ପତି କ୍ରମେ ଏହି କାର୍ଯ୍ୟ ହାତକୁ ନିଆଯାଇଛି ।  ସଂଘ ପକ୍ଷରୁ ଫୁଲ କିନ୍ନର, ପ୍ରିୟା କିନ୍ନର,ଖୁସି କିନ୍ନର,  ସରସ୍ୱତୀ କିନ୍ନର , ଲିଜା କିନ୍ନର,  ଶ୍ରୀମାନ କିନ୍ନର,ଲାସିକା କିନ୍ନର,  ସିବାନୀ, ପ୍ରିୟା,  ପ୍ରୀତି ଓ ଅନୁସୟା କିନ୍ନର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *