Saturday , July 31 2021
Breaking News
Home / ବିଶେଷ / କିଡିନି ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତୁନ

କିଡିନି ରୋଗରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜିତୁନ

ନିଶ୍ଚିନ୍ତକୋଇଲି ୧୩/୦୬/୨୧ (ଓଡିଶା ସମାଚାର /ଅଭୟ ଜେନା ) – କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ୩୨ ବର୍ଷ ବୟସ୍କ ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଥିଲେ। ବର୍ତ୍ତମାନ ତାଙ୍କର ଦୁଇଟି କିଡିନି ଖରାପ ହୋଇଯାଇଛି। ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି। କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ର ପୁଅ। ତାଙ୍କ ବାପା ଏବେ ବୟସ  ର ଅପରାହ୍ନରେ ଉପନୀତ । ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନକରି ପରିବାର ପ୍ରତିପୋଷଣ କରନ୍ତି। ଜିତୁନ ଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ। ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ । ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି। ତାଙ୍କ  ର  ଚିକିତ୍ସା  ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି। ସରକାର,ସ୍ୱେଚ୍ଛାସେବୀ ସଂଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ସହଯୋଗ ର ହାତବଢାଇ ଲେ  ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରନ୍ତା । ଓଡିଶା ସମାଚାର

About admin

Check Also

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଚିକିତ୍ସାଧିନ ଶ୍ରମିକଙ୍କୁ ସହାୟତା

କେନ୍ଦ୍ରାପଡ଼ା, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା …

Leave a Reply

Your email address will not be published. Required fields are marked *