Thursday , June 17 2021
Home / କ୍ରୀଡ଼ା / କିଟ୍ ଓ କିସ୍ କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କିଟ୍ ଓ କିସ୍ କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର ,୩୧/୦୮/୨୦୧୯(ଓଡ଼ିଶା ସମାଚାର)-ରାଜ୍ୟରେ କ୍ରୀଡ଼ାକୁ ପ୍ରୋତ୍ସାହନ ଓ କ୍ରୀଡ଼ାର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ଓ କିସ୍ କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍ ଓ କିସ୍ ପକ୍ଷରୁ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଏହି ପୁରସ୍କାର ଗ୍ରହଣ କରିଥିବା ବେଳେ ତାଙ୍କୁ ଟ୍ରଫି ସହ ୧ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ସଫଳତାରେ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରି ନିଜ ପ୍ରତିକି୍ରୟାରେ କହିଲେ, କିଟ୍ ଓ କିସ୍ ପ୍ରତିଷ୍ଠା ହେବାଠାରୁ ଶିକ୍ଷା ସହ ସମାନୁପାତରେ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଛି । କିଟ୍ ଓ କିସ୍ ର ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାରେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିଛନ୍ତି । ଉନ୍ନତ ଓ ବିଶ୍ୱସ୍ତରୀୟ ଭିତିଭୂମି ତଥା ଦକ୍ଷ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦେଇଥିବା ଦେଶରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ  କିଟ୍ ଓ କିସ୍ ଇତି ମଧ୍ୟରେ ୫ ହଜାରରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ ସୃଷ୍ଟି କରିପାରିଛି । ୨୦୨୪ ଅଲିମ୍ପିକ ରେ କିଟ ଓ କିସ ଛାତ୍ରଛାତ୍ରୀମାନେ କିଭଳି ଅଂଶଗ୍ରହଣ କରିପାରିବେ ସେ ନେଇ ଆମେ ଗୁରୁତ୍ୱ ପ୍ରଦାନ କରୁଛୁ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ ଓ କିସ ର କ୍ରୀଡ଼ା ବିଭାଗ, କୋଚ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କିଟ ଛାତ୍ରୀ ଦୁତୀ ଚାନ୍ଦ (୪ଲକ୍ଷ ୬୬ହଜାର ଟଙ୍କା) ଓ କିସ ଛାତ୍ରୀ ଭାଗ୍ୟଲକ୍ଷ୍ମୀ ବାରିକ (୩ଲକ୍ଷ ୪୦ ହଜାର ଟଙ୍କା)ଙ୍କୁ ମଧ୍ୟ ପୁରସ୍କୃତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟକାରୀ ସଭାପତି ବିଜୟ ନାୟକ, କ୍ରୀଡ଼ା ସଚିବ ବିଶାଳ ଦେବ ଏବଂ କ୍ରୀଡ଼ା ନିର୍ଦ୍ଧେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ୨୦୦୧-୦୨ରୁ ରାଜ୍ୟ ସରକାରଙ୍କ  କ୍ରୀଡ଼ା କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଆସୁଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *