Wednesday , June 16 2021
Breaking News
Home / ବିଶେଷ / କାଶୀପୁରରେ ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ସମ୍ବର୍ଦ୍ଧନା

କାଶୀପୁରରେ ଶାନ୍ତି, ସଂହତି, ସଦଭାବନା ଯାତ୍ରାକୁ ସମ୍ବର୍ଦ୍ଧନା

କାଶୀପୁର, ୧୬/୧୦/୨୦୧୯ (ଓଡ଼ିଶା ସମାଚାର)-କାଶୀପୁର ବ୍ଳକକୁ ଆଜି ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଯୁବା ସଂଗଠନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଆନୁକୂଲ୍ୟରେ ଗତ ଅକ୍ଟୋବର ୧୧ ତାରିଖରୁ ମାଲକାନଗିରି ଜିଲାର ମାଥିଲିସ୍ଥିତ ସହିଦ ଲକ୍ଷ୍ମଣ ନାଏକଙ୍କ ସ୍ମୃତିପୀଠରୁ ବାହାରିଥିବା ଶାନ୍ତି ସଂହତି ସଦଭାବନା ଯାତ୍ରା ଆଜି କାଶୀପୁରରେ ପହଂଚିିଥିଲା । ଗାନ୍ଧି ସ୍ମୃତି ସମିତି ଆନୁକୂଲ୍ୟରେ ପି.ଦେବେନ୍ଦ୍ରକୁମାର ରାଓଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭା କାର୍ଯ୍ୟକ୍ରମରେ ଉତ୍କଳ ଗାନ୍ଧି ସ୍ମାରକ ନିଧିର ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ବିଶିଷ୍ଟ ଗାନ୍ଧିବାଦୀ ନେତ୍ରୀ କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ପ୍ରଥମ ସ୍ୱାଧୀନତା ଦିବସରେ ମହାତ୍ମା ଗାନ୍ଧି ଆମ ଦେଶ ବାସ୍ତବ ସ୍ୱାଧୀନତା ପାଇ ନ ଥିବା ଦର୍ଶାଇ ବୀରମାଟି କାଶୀପୁରର ଲୋକଙ୍କୁ ଏଥିପାଇଁ ପ୍ରସ୍ତୁତ ହେବାକୁ କହିଥିଲେ । ବିଶିଷ୍ଟ ସର୍ବୋଦୟ ନେତା ନିଶାକର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧି ଆମ ଜାତିର ପିତା, ତାଙ୍କ ଆଦର୍ଶରେ ଆମ ଦେଶ ଓ ସମାଜକୁ ଗଢ଼ିବାକୁ ହେବ । ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡ. ବିଶ୍ୱଜିତ କହିଥିଲେ ଯେ ଗାନ୍ଧି ଆଦର୍ଶର ଲୋକମାନେ ଏକାଠି ହୁଅନ୍ତୁ ଏହା ଏହି ଯାତ୍ରାର ମୁଖ୍ୟ ଉଦ୍ଧେଶ୍ୟ । ଆମେ ଏକାଠି ହେଲେ ଗାନ୍ଧି ପରିକଳ୍ପିତ ଭାରତ ନିର୍ମାଣ ସମ୍ଭବପର ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଯୁବା ସଙ୍ଗଠନର ସାଥୀମାନେ ପଥପ୍ରାନ୍ତ ନାଟକ ଗୋଟିଏ ଅଚିହ୍ନା ଶବ ପ୍ରଦର୍ଶିତ କରିଥିଲେ । ଏହି ଅବସରରେ ଆସିଥିବା ସମସ୍ତେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ଥାନୀୟ ଅଂଚଳରୁ ସରପଂଚ ବିମଳା ମାଝି, ରବିସତ୍ୟନାରାୟଣ, ଜୟନ୍ତୁ ବୈଠାରୁ, ରାମସ୍ୱାମୀ ବୈଠାରୁ, ବାଳକୃଷ୍ଣ ବୈଦ୍ୟ, ଅନୀଲ ଜୈନ, ପାଇଲ ମାଝି ସମେତ ଅନେକ ଜନସାଧାରଣ ସହଯୋଗ କରିଥିଲେ । ବହୁ ବିଦ୍ୟାର୍ଥୀ, ସାଧାରଣ ଜନତା, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏହାପରେ ଏହି ଯାତ୍ରା ମାଇକଂଚ ସହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରି ଟିକିରି ଅଭିମୁଖେ ଯାତ୍ରା କରିଥିଲା । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *