Sunday , June 20 2021
Home / କୃଷି / କାଳିଆରୁ ହଟିବେ ଅଯୋଗ୍ୟ ହିତାଧିକାରୀ

କାଳିଆରୁ ହଟିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର,୦୭/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ସମସ୍ତ ପଂଚାୟତ କାର୍ଯ୍ୟାଳୟଗୁଡ଼ିକରେ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ଟଙ୍ଗା ଯାଇଛି । ତେବେ ଯେଉଁ ଯୋଗ୍ୟ ଓ ଯେଉଁ ମାନେ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁଛନ୍ତି ସେମାନେ ଆବେଦନ କରି ପାରିବେ । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । କୃଷି ସଚିବଙ୍କ ସୂଚନା ମୁତାବକ, ଏ ଯାଏଁ କାଳିଆ ଯୋଜନାରେ ୫୧ ଲକ୍ଷ ଯୋଗ୍ୟ ହିତାଧିକାରୀ ସାମିଲ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ ୩୭ ଲକ୍ଷ କ୍ଷୁଦ୍ର ଓ ନାମାମାତ୍ର ଏବଂ ୧୪ ଲକ୍ଷ ଭୂମିହୀନ ଚାଷୀ ଅଛନ୍ତି । ରାଜ୍ୟର ସମସ୍ତ ପଂଚାୟତ କାର୍ଯ୍ୟାଳୟ ଆଗରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଟଙ୍ଗା ଯାଇଛି । ଯେଉଁମାନେ ନିଜକୁ ଅଯୋଗ୍ୟ ହିତାଧିକାରୀ ବୋଲି ଭାବୁ ଛନ୍ତି ସେମାନେ ଏଥିପାଇଁ ଆବେଦନ କରି ନିଜର ନାଁ ପ୍ରତ୍ୟାହାର କରିପାରିବେ । ଏ ନେଇ ପଂଚାୟତ ନୋଡାଲ ଅଫିସରଙ୍କ ସହିତ ଆଲୋଚନା କରି ବ୍ୟାଙ୍କରେ ମଧ୍ୟ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ ନେଇ ପାରିବେ । ସେହିପରି ଯେଉଁମାନେ ନିଜକୁ ଯୋଗ୍ୟ ଭାବୁଛନ୍ତି ସେମାନେ ମଧ୍ୟ ନିଜର ନାଁ ସାମିଲ କରିବାକୁ ଆବେଦନ କରି ପାରିବେ ।ଏଥିପାଇଁ କୃଷି ବିଭାଗ ଦ୍ୱାରା ଦିଆଯାଇଥିବା ୱେବ୍ ସାଇଟ୍ ଡ଼ବ୍ଲୃୁ ଡ଼ବ୍ଲୃୁ ଡ଼ବ୍ଲୃୁ ଡ଼ଟ କାଳିଆ ଡ଼ଟ କୋ ଡ଼ଟ ଇନ ଜରିଆରେ ଆବେଦନ କରିହେବ । ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରିବାକୁ ପଂଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି । ଏ ଯାଏଁ ବିଭାଗ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି ବୋଲି ସଚିବ କହିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ଖୋଜି ବାହାର କରିବା ଓ ଅଯୋଗ୍ୟଙ୍କୁ ବାଦ ଦେବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *