Tuesday , August 3 2021
Breaking News
Home / ବିଶେଷ / କାର୍ ରୁ ୩୦ କେଜି ଗେଞ୍ଜଇ ଜବତ, ୨ ଗିରଫ

କାର୍ ରୁ ୩୦ କେଜି ଗେଞ୍ଜଇ ଜବତ, ୨ ଗିରଫ

କଟକ, ୦୪/୦୧/୨୦୨୧ (ଓଡ଼ିଶା ସମାଚାର)-କେନ୍ଦ୍ରାଂଚଳ ଅବକାରୀ ବିଭାଗ ଦ୍ୱାରା ୨ଜଣ ନିଶା ବେପାରୀ ଧରାପଡ଼ିବା ପରେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଗେଞ୍ଜଇ ଜବତ ହୋଇଛି । ବେଆଇନ ନିଶାକାରବାର ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ କଟକ ଜିଲ୍ଲାର ଏହି ଦୁଇଜଣ ଏକ କାର୍ ରେ ବିପୁଳ ପରିମାଣର ଗେଞ୍ଜଇ ଚାଲାଣ କରୁଥିବା ଜଣାପଡ଼ିଥିଲା । ଅବକାରୀ ବିଭାଗ ସୂଚନା ଅନୁଯାୟୀ ଏହି ବେପାରୀମାନେ ସ୍ଥାନୀୟ ରାଣୀହାଟ ଅଂଚଳର ବେଣୁ ରାଉତ(୩୫) ଓ କିଶୋରନଗର ଅଂଚଳର ମନୋଜ ନାୟକ(୪୧)ବୋଲି ଜଣାପଡ଼ିଛି । ଏମାନଙ୍କଠାରୁ ଗୋଟିଏ କାର୍ ସହ ୩୦ କିଲୋଗ୍ରାମ୍ ଗେଞ୍ଜଇ ଜବତ କରାଯାଇଛି । ତେବେ ଜବତ ଗେଞ୍ଜଇର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ, ମନୋଜ ଓ ବେଣୁ ଏକ କାର୍ ରେ ଗେଞ୍ଜଇ ନେଇ ଜିଲ୍ଲା ବାହାରକୁ ଚାଲାଣ କରୁଥିଲେ । ସେମାନେ ୧୬ନମ୍ବର ଜାତୀୟ ରାଜପଥ ନିର୍ଗୁଣ୍ଡି ଦେଇ ଯାଜପୁର ଅଭିମୁଖେ ଯାତ୍ରା କରୁଥିବାବେଳେ କେନ୍ଦ୍ରାଂଚଳ ଅବକାରୀ ବିଭାଗ ନିକଟରେ ଖବର ପହଂଚିଥିଲା । କେନ୍ଦ୍ରାଂଚଳ ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ଜଗତପୁରରୁ ଚଣ୍ଡିଖୋଲ ମଧ୍ୟରେ ପାଟ୍ରୋଲିଂ କରୁଥିବା ଟିମ୍ କୁ ନେଇ ଗାଡ଼ିଟିକୁ ଧରିବା ପାଇଁ ଯୋଜନା କରିଦେଇଥିଲେ । ତେବେ ନିର୍ଗୁଣ୍ଡି ଟୋଲଗେଟ୍ ନିକଟରେ ଅବକାରୀ ଟିମ୍ କାର୍ ସହ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ସେଠାରେ ତଲାସି ନେବାରୁ କାର୍ ଡିକିରେ ୨ଟି ଜରି ବସ୍ତାରେ ଥିବା ପ୍ରାୟ ୩୦ କେଜି ଗେଞ୍ଜଇ ମିଳିଥିଲା । ଏ ନେଇ ସେମାନଙ୍କୁ ପଚରାଉଚରା କରିବା ପରେ ନିଶା ଚାଲାଣ ସଂକ୍ରାନ୍ତୀୟ ଅନେକ ତଥ୍ୟ ଅବକାରୀ ବିଭାଗ ହାତରେ ଲାଗିଥିଲା । ଦୀର୍ଘ ଦିନ ଧରି ଏମାନେ ଜିଲ୍ଲା ବାହାରକୁ ଗେଞ୍ଜଇ ଓ ଭାଙ୍ଗ ଭଳି ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ସେମାନେ ନିର୍ଦ୍ଧିଷ୍ଟ ସ୍ଥାନରୁ ଏସବୁ ମାଲ୍ ନେଇ ଅନ୍ୟ ନିର୍ଦ୍ଧାରିତ ସ୍ଥାନ ବା ନିଶା ମାଫିଆଙ୍କ ପାଖରେ ପହଂଚାଉଥିଲେ । କୌଣସି ପ୍ରକାର ଅସୁବିଧା ଆଶଙ୍କା ତଥା ପୁଲିସର ସନ୍ଦେହ ଦୂରେଇବା ଲାଗି ଚାଲାଣ ସମୟରେ ମହିଳାଙ୍କୁ ମଧ୍ୟ ସାମିଲ କରାଯାଉଥିଲା । ଉଭୟେ ଓଏମପି ଛକରୁ କାର୍ ରେ ଗେଞ୍ଜଇ ଭର୍ତି କରି ଯାଜପୁରକୁ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ତେବେ ଗେଞ୍ଜଇ ଚାଲାଣ ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଧରିବା ଲାଗି ବିଭାଗ ପକ୍ଷରୁ ତଦନ୍ତ ଜୋରଦାର ଚାଳିଛି । ଏନେଇ ବିଭାଗ ପକ୍ଷରୁ ଏନଡିିପିଏସ୍ ଆକ୍ଟରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *