Sunday , June 13 2021
Breaking News
Home / ବିଶେଷ / କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କଲା ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଦୃଢ ନିନ୍ଦା କଲା ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଏସ୍ପିଙ୍କ ଦୁର୍ବ୍ୟବହାର ଓ ମାଡ଼ମାରିବା ଘଟଣାକୁ ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ ଦୃଢ ନିନ୍ଦା କରିବା ସହିତ ଏସ୍ପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ଦାବି କରିଛି । ସମ୍ପ୍ରତି ଦିନକୁ ଦିନ ସାମ୍ବାଦିକଙ୍କ ଉପରେ  ଯେଉଁଭଳି ଭାବରେ ଆକ୍ରମଣ କରାଯାଉଛି, ତାହା ବର୍ତମାନ ସମାଜ ପାଇଁ ଚିନ୍ତାର କାରଣ ହୋଇଛି । ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଆଜି ଭୟଭୀତ । ଫଳରେ ନିରପେକ୍ଷ ସମ୍ବାଦ ପରିବେଷଣ କରିବାରେ ଅନେକ ସମସ୍ୟାର  ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଧମକ ଚମକର ଶିକାର ମଧ୍ୟ ହେବାକୁ ପଡ଼ୁଛି । ତୃଣମୂଳସ୍ତରରୁ ପ୍ରକୃତ ଖବର ଅନୁସନ୍ଧାନ କଲାବେଳେ ମାଫିଆ, ରାଜନୈତିକ ବ୍ୟକ୍ତିବିଶେଷ, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଏବଂ ପୋଲିସ୍ ପ୍ରଶାସନର ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । ଏହିଭଳି ଭାବେ ନିୟମିତ ଘଟିଚାଲିଲେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭଟି ଦୁର୍ବଳ ହୋଇଯିବ ଯାହା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ନୁହେଁ । ସରକାର ତୁରନ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ସକରାତ୍ମକ ପଦକ୍ଷେପ ନେବାକୁ ସଂଘ ଦାବି କରୁଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *