Wednesday , August 4 2021
Breaking News
Home / ବିଶେଷ / କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ ନନ୍ଦିଗୋଷ ରଥ ର ଏକ ଅବିକଳ କରିଛନ୍ତି ଶିଶୁ କଳାକାର

କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ ନନ୍ଦିଗୋଷ ରଥ ର ଏକ ଅବିକଳ କରିଛନ୍ତି ଶିଶୁ କଳାକାର

ପୁରୀ,୧୨/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ହେଉଛି ଆଷାଢ ମାସ ଶୁକ୍ଳ ଦ୍ବିତୀୟା ତିଥି । ପବିତ୍ର ଶ୍ରୀ ଗୁଣ୍ଡିଚା । ଆଜି ହେଉଛି ମହାପ୍ରଭୁ ବିଶ୍ୱ ନିଅନ୍ତା ବଡ଼ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତର ଭଗବାନ ବଳିଆର ଭୁଜ କୋଭିଡ଼ କଟକଣା ମଧ୍ୟରେ ରତ୍ନବେଦୀ ଛାଡ଼ି ବିନା ଭକ୍ତରେ ରଥ ରେ ବସି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି । ଘରେ ବସି ଶ୍ରଦ୍ଧାଳୁ ଟେଲିଭିଜନ୍ ରେ ରଥ ଯାତ୍ରା ଦେଖିବେ । ଏମିତି ସମୟରେ ଛୋଟ ଛୋଟ ପିଲାମାନେ କୁନି କୁନି ରଥ ତିଆରି କରି ରଥଯାତ୍ରା କରିଥାନ୍ତି । ଏଥର ନଜରକୁ ଆସିଛି ସେହିଭଳି ଜଣେ ଶିଶୁର ରଥ । ପୁରୀ ଉପକଂଠ ପଥୁରିଆ ସାହି ର ନୀରଂଜନ ନାୟକ ଓ ଶ୍ରଦ୍ଧାଂଜଳି ନାୟକଙ୍କ ୧୪ ବର୍ଷର ପୁଅ ସୌମ୍ୟରଂଜନ ନାୟକ ତିଆରି କରିଛନ୍ତି ଏକ ରଥ । କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ ନନ୍ଦିଗୋଷ ରଥ ର ଏକ ଅବିକଳ ତିଆରି କରିଛନ୍ତି ।ଏହାକୁ ତିଆରି କରିବା ପାଇଁ ତାଙ୍କୁ ୫ଦିନ ସମୟ ଲାଗିଥିଲା।ଏହି ରଥ ର ରଥ ଉଚ୍ଚତା-୨୪ ଇଞ୍ଚ ଓ ଚଉଡା-୧୪ ଇଞ୍ଚ । ସୌମ୍ୟରଂଜନ ଡି ଏ ଭି ପବ୍ଲିକ ସ୍କୁଲ ର ନବମ ଶ୍ରେଣୀ ର ଛାତ୍ର ଅଟନ୍ତି । ସେ ତିଆରି କରିଥିବା ଏହି ରଥ ଦେଖି ଲୋକେ ଉଚ୍ଚ ପ୍ରସଂସା କରିଛନ୍ତି । ଓଡ଼ିଶା ସମାଚାର

(ସୌମ୍ୟରଂଜନ ତିଆରି କରିଥିବା ରଥ )

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *