Thursday , August 5 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ  ନନ୍ଦିଗୋଷ  ରଥ ର ଏକ ଅବିକଳ କରିଛନ୍ତି ଶିଶୁ କଳାକାର

କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ  ନନ୍ଦିଗୋଷ  ରଥ ର ଏକ ଅବିକଳ କରିଛନ୍ତି ଶିଶୁ କଳାକାର

ପୁରୀ,୧୨/୦୭/୨୦୨୧(ଓଡ଼ିଶା ସମାଚାର)-  ଆଜି ହେଉଛି ଆଷାଢ ମାସ ଶୁକ୍ଳ ଦ୍ବିତୀୟା ତିଥି । ପବିତ୍ର ଶ୍ରୀ ଗୁଣ୍ଡିଚା । ଆଜି ହେଉଛି ମହାପ୍ରଭୁ ବିଶ୍ୱ ନିଅନ୍ତା ବଡ଼ ଠାକୁରଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତର ଭଗବାନ ବଳିଆର ଭୁଜ କୋଭିଡ଼ କଟକଣା ମଧ୍ୟରେ ରତ୍ନବେଦୀ ଛାଡ଼ି ବିନା ଭକ୍ତରେ ରଥ ରେ ବସି ଜନ୍ମବେଦୀକୁ ବିଜେ କରିବେ ମହାବାହୁ। ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କୁ ନେଇ ଘୋଷଯାତ୍ରାରେ ଯିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିନା ଭକ୍ତରେ  ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଛି । ଘରେ ବସି ଶ୍ରଦ୍ଧାଳୁ ଟେଲିଭିଜନ୍ ରେ ରଥ ଯାତ୍ରା ଦେଖିବେ ।

ସୌମ୍ୟରଂଜନ ତିଆରି କରିଥିବା ଏହି ରଥ

  ଏମିତି ସମୟରେ ଛୋଟ ଛୋଟ ପିଲାମାନେ କୁନି କୁନି ରଥ ତିଆରି କରି ରଥଯାତ୍ରା କରିଥାନ୍ତି । ଏଥର ନଜରକୁ ଆସିଛି ସେହିଭଳି ଜଣେ ଶିଶୁର ରଥ  । ପୁରୀ ଉପକଂଠ ପଥୁରିଆ ସାହି ର ନୀରଂଜନ ନାୟକ ଓ ଶ୍ରଦ୍ଧାଂଜଳି ନାୟକଙ୍କ ୧୪ ବର୍ଷର ପୁଅ ସୌମ୍ୟରଂଜନ ନାୟକ ତିଆରି କରିଛନ୍ତି ଏକ ରଥ । କାର୍ଡ ବୋର୍ଡ, ଆଇସ କ୍ରିମ ଷ୍ଟିକ, କାଗଜ ରେ  ନନ୍ଦିଗୋଷ  ରଥ ର ଏକ ଅବିକଳ ତିଆରି କରିଛନ୍ତି ।ଏହାକୁ ତିଆରି କରିବା ପାଇଁ ତାଙ୍କୁ ୫ଦିନ ସମୟ ଲାଗିଥିଲା।ଏହି ରଥ ର ରଥ ଉଚ୍ଚତା-୨୪ ଇଞ୍ଚ ଓ  ଚଉଡା-୧୪ ଇଞ୍ଚ ।  ସୌମ୍ୟରଂଜନ ଡି ଏ ଭି ପବ୍ଲିକ ସ୍କୁଲ ର ନବମ ଶ୍ରେଣୀ ର ଛାତ୍ର ଅଟନ୍ତି ।  ସେ ତିଆରି କରିଥିବା ଏହି ରଥ ଦେଖି ଲୋକେ ଉଚ୍ଚ ପ୍ରସଂସା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *