Tuesday , June 15 2021
Breaking News
Home / ତାଜା ଖବର / କାନ୍ଥପଡି ଗର୍ଭବତୀ ମହିଳା ଗୁରୁତର ଆହତ

କାନ୍ଥପଡି ଗର୍ଭବତୀ ମହିଳା ଗୁରୁତର ଆହତ

ପିପିଲି, ୨୮/୦୭/୨୦୧୯(ଓଡ଼ିଶା ସମାଚାର)- ପିପିଲି ବ୍ଲକ ଅଧିନସ୍ଥ ହାଟସାହି ପଂଚାୟତର ଭୁଇଁଗୁଣ ଗ୍ରାମର ସଞ୍ଜୟ ପଣ୍ଡାଙ୍କ ଘର କାନ୍ଥ ପଡ଼ି ତାଙ୍କ ସ୍ତ୍ରୀ ବାସନ୍ତି ପଣ୍ଡା(୩୪)ଗୁରୁତର ଭାବେ ଆହତ ହୋଇଛନ୍ତି । ମେଡିକାଲରେ ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ଖବର ମିଳିଛି । ବାସନ୍ତି ଘରେ ଗାଧେଇବା ପାଇଁ କଳକୁ ଯାଇଥିବା ସମୟରେ ତାଙ୍କ ଉପରେ ଘର କାନ୍ଥ ଭାଙ୍ଗି ପଡିଥିଲା । ଗତ ବାତ୍ୟାଠାରୁ ଭଙ୍ଗା ଘରେ ସେମାନେ ରହି ଚଳି ଆସୁଥିଲେ । ତହସିଲ ଓ ବ୍ଲକର ବାରମ୍ବାର ତଦନ୍ତ ପାଇଁ ଭଙ୍ଗାଘରକୁ ମରାମତି କରିନଥିଲେ । ଯାହା ଫଳରେ ବାତ୍ୟାର ପ୍ରକୋପରେ ପ୍ରଭାବିତ ହୋଇଥିବା ଘର ଗୁଡିକ ଦୃବଳ ଅବସ୍ଥାରେ ଥିଲା । ବାତ୍ୟାରେ ପ୍ରଭାବିତ ଘର ର ଦୁର୍ବଳ କାନ୍ଥ ଓ ଖୁଂଟି ମାଡି ବସିବାରୁ ତାଙ୍କ ର ମୁଣ୍ଡ ଆଖି,ଗୋଡ ଏବଂ ପିଠିରେ ଗଭୀର ଆଘାତ ଲାଗିଛି । ତାଙ୍କ ସ୍ୱାମୀ ଓ ଘରପାଖ ପଡୋଶି ମାନେ ପହଂଚି ତାଙ୍କୁ ପ୍ରଥମେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ମଙ୍ଗଳପୁରକୁ ଚିକିସô୍ା ପାଇଁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ୬ନମ୍ବର ମେଡିକାଲକୁ ଚିକିସô୍ା ପାଇଁ ସ୍ଥାନାନ୍ତରିତ କରିଛନ୍ତି । ବଡ ଦୁଃଖର ଘଟଣା ବାସନ୍ତି ବର୍ତମାନ ୭ମାସର ଗର୍ଭବତୀ ରହିଥିବା ବେଳେ ଏହି ଦୁର୍ଘଟଣାରେ ମା ଓ ଛୁଆ ଉଭୟଙ୍କ ପ୍ରତି ବିପଦ ରହିଥିବା ଡାକ୍ତର ତାଙ୍କ ପରିବାରକୁ ସୂଚନା ଦେଇଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *