Sunday , June 13 2021
Breaking News
Home / ବିଶେଷ / ‘କାଦମ୍ବିନୀ’ର ଶାରଦୀୟ ବନ୍ଧୁ ମିଳନ

‘କାଦମ୍ବିନୀ’ର ଶାରଦୀୟ ବନ୍ଧୁ ମିଳନ

ଭୁବନେଶ୍ୱର,୦୮/୧୦/୨୦୧୯ ( ଓଡ଼ିଶା ସମାଚାର)- ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଶନିବାର ଶାରଦୀୟ ବନ୍ଧୁ ମିଳନ ଉତ୍ସବ କିସ୍ ଶ୍ରୀ ବାଣୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଧେଶକ ବିଜୟ କୁମାର ନାୟକ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଧେଶକ କୃପାସିନ୍ଧୁ ମିଶ୍ର, ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ, ବିଶିଷ୍ଟ ଗାଳ୍ପିକା ଦିପ୍ତୀ ପଟ୍ଟନାୟକ, ଚିରଶ୍ରୀ ଇନ୍ଦ୍ରସିଂ, ପଲ୍ଲିଶ୍ରୀ ପଟ୍ଟନାୟକ, କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, ହରପ୍ରସାଦ ଦାସ, ଗୁରୁ ରାମହରି ଦାସ, ହରମୋହନ ମହାନ୍ତି, ସୁବାର୍ତା ସଂପାଦକ ପ୍ରଦୁ୍ୟମ୍ନ ଶତପଥୀ ପ୍ରମୁଖ ଯୋଗଦେଇ ସାହିତ୍ୟ ସମାଜରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରେ ବୋଲି ମତ ପୋଷଣ କରିଥିଲେ । ସାହିତ୍ୟ ପ୍ରକାଶନ ସମୟରେ ଉଚ୍ଚାଙ୍ଗ ସାହିତ୍ୟକୁ ସ୍ଥାନ ଦିଆଗଲେ ଏହା ନବୀନ ସାହିତି୍ୟକ ତଥା ପାଠକଙ୍କୁ ମନକୁ ଛୁଇଁ ପାରିବ ଏବଂ ସାହିତ୍ୟର ବିକାଶ ହୋଇପାରିବ । ସମଗ୍ର ବିଶ୍ୱରେ ଅନେକ ଘଟଣା ଘଟୁଥିଲେ ମଧ୍ୟ ମଣିଷର ସୁଖ କଣ ତାହା କେହି ଜାଣି ପାରେ ନାହିଁ । ଯାହା ଆତ୍ମାକୁ ଶାନ୍ତି ଦେଇପାରେ ତାହା ହେଉଛି ସୁଖ । ଯେଉଁ ସାହିତ୍ୟ ଆତ୍ମାକୁ ଛୁଇଁ ପାରେ ତାହା ସାହିତ୍ୟ ବୋଲି ବିବେଚନା କରାଯିବା ଉଚିତ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ପୂଜାସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କିଟ୍, କିସ୍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସାମ୍ବାଦିକତା କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *