Sunday , June 13 2021
Breaking News
Home / ସ୍ୱାସ୍ଥ୍ୟ / କଳିଙ୍ଗ ହସ୍ପିଟାଲର ଦୁଇ ଅଲଟ୍ରାସାଉଣ୍ଡ ମେସିନ ସିଲ : ମାମଲା ରୁଜୁ

କଳିଙ୍ଗ ହସ୍ପିଟାଲର ଦୁଇ ଅଲଟ୍ରାସାଉଣ୍ଡ ମେସିନ ସିଲ : ମାମଲା ରୁଜୁ

ଭୁବନେଶ୍ୱର,୨୯/୦୭/୨୦୧୯ ( ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପିସିପିଏନଡିଟି ସେଲ ପକ୍ଷରୁ ଆଜି ମିଳିତ ଭାବେ କଳିଙ୍ଗ ହସ୍ପିଟାଲ ଉପରେ ଚଢାଉ ହୋଇଥିଲା । ଚଢଉ ସମୟରେ ଡାକ୍ତରଖାନାରେ ପିସିପିଏନଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଂଚ କରାଯାଇଥିଲା । ଯାଂଚ ସମୟରେ ଦେଖାଗଲା ଯେ ବହୁ ସ୍ଥାନରେ ଆଇନ ବର୍ହିଭୂତ କାର୍ଯ୍ୟ ହୋଇଛି । ଅଲଟ୍ରାସାଉଣ୍ଡ କରୁଥିବା ପ୍ରସୂତୀମାନଙ୍କର ରେକର୍ଡପତ୍ର ଠିକଣା ଭାବେ ମିଳି ନଥିଲା । ପ୍ରସୂତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ’ ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ଡାକ୍ତରଙ୍କ ଦସ୍ତଖତକୁ ଯାଂଚ ଅଧିକାରୀମାନେ ପାଇନଥିଲେ । ଏଥିଯୋଗୁଁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଯାଂଚ ଅଧିକାରୀଙ୍କର ସନ୍ଦେହଜାତ ହୋଇଥିଲା । ଆଇନ ଉଲ୍ଲଙ୍ଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ଆଜି ସିଲ କରାଯାଇଛି । ପୂର୍ବରୁ ଖୋରଧା ଜିଲ୍ଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନକୁ ସିଲ କରିଥିଲା । ଆଜି ଦୁଇଟି ମେସିନ ସିଲ ସହିତ ଆଇନ ଉଲ୍ଲଙ୍ଘନ ନେଇ ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ପୂରନ୍ଦର ନନ୍ଦଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୋଦ ବିହାରୀ ରଥ ଓ ପିସିପିଏନଡିଟି ସେଲ ର ଆଇନ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ ।

ଉଲ୍ଲେଖନୀୟ ଯେ ଗତ ସପ୍ତାହରେ ଡ୍ରଗ୍ସ କଂଟ୍ରୋଲ ଦପ୍ତର ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲ ଉପରେ ଅଚାନକ ଚଢାଉ କରାଯାଇ ଔଷଧ ଗୁଡିକୁ ଯାଂଚ କରାଯାଇଥିଲା । ଯାଂଚ ସମୟରେ ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାକୁ ଜବତ କରାଯିବା ସହିତ ପରୀକ୍ଷାପାଇଁ ପଠାଯାଇଛି । ପରୀକ୍ଷା ନମୂନା ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତୃପକ୍ଷ କଟକଣା ଜାରି କରିଛନ୍ତି । ଏହା ପୂର୍ବରୁ ବିଧାୟକଙ୍କୁ ର୍ଦୁବ୍ୟବହାର ଅଭିଯୋଗର ତଦନ୍ତ ରିପୋର୍ଟ ଆସିବାପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସଟିଏଫ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି । ଓଡ଼଼ିଶା ସମାଚାର

About admin

Check Also

୫୨୩୫ କରୋନା ସଂକ୍ରମିତ ଚିହ୍ନଟ – ୪୩ ମୃତ

ଭୁବନେଶ୍ୱର,୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୫୨୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ …

Leave a Reply

Your email address will not be published. Required fields are marked *