Thursday , June 24 2021
Breaking News
Home / ବିଶେଷ / ‘କଳା ଭାରତ ଆତ୍ମ ନିର୍ଭର ଅଭିଯାନ’କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

‘କଳା ଭାରତ ଆତ୍ମ ନିର୍ଭର ଅଭିଯାନ’କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ‘କଳାଭାରତ ଆତ୍ମ ନିର୍ଭର ଅଭିଯାନ’କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁପରାମର୍ଶ -ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୦୩/୦୨/୨୦୨୧ (ଓଡ଼ିଶା ସମାଚାର)- ନୂଆଦିଲ୍ଲୀ ଠାରେ ବୁଧବାର ଖଦି ହମାରା ମନ୍ତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ‘କଳା ଭାରତ ଆତ୍ମନିର୍ଭର ଅଭିଯାନ’ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯାନ କାର୍ଯ୍ୟକ୍ରମକୁ ଦେଶର ସବୁ ରାଜ୍ୟର ରାଜଧାନୀ ପର୍ଯ୍ୟନ୍ତ ପହଁଚାଇବା ନେଇ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ସମୃଦ୍ଧ ସଂସ୍କୃତି ଏବଂ ସୃଜନଶୀଳ କଳା ଦକ୍ଷତା ଏବଂ ବିଶ୍ୱ ବଜାରରେ ଭାରତ ପାଇଁ ଥିବା ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଦିଗରେ ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ଆରମ୍ଭ କରିଛନ୍ତି ।ଏହି ପରିପ୍ରେକ୍ଷୀରେ କଳା ଭାରତ ଆତ୍ମନିର୍ଭର ଅଭିଯାନକୁ ଦେଶରସମସ୍ତ ରାଜ୍ୟ, ସବୁ ରାଜଧାନୀ ପର୍ଯ୍ୟନ୍ତ ପହଁଚାଯାଇ ପାରିଲେ ହିଁ ଲୋକମାନଙ୍କର ସ୍ଥାନୀୟକଳା ଏବଂ କୌଶଳ ପ୍ରତି ଆଗ୍ରହ ଆସିବ । ଏହି ପଦକ୍ଷେପ ପର୍ଯ୍ୟଟନ କ୍ଷେତ୍ରକୁ ବଢ଼ାଇବା ସହ ଭାରତର ସମୃଦ୍ଧ ଇତିହାସ ଏବଂ ସାଂସ୍କୃତିକ ପରିଚୟ ଦୁନିଆ ସାମ୍ନାରେ ପ୍ରତିଫଳିତ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ‘ଖଦି ହମାରା ଫାଉଣ୍ଡେସନ’ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଦିଗରେ କାମ କରୁଛି । ଏହି ଫାଉଣ୍ଡେସନ ଦେଶର କାରିଗରଙ୍କ କଳା ଏବଂ ସେମାନଙ୍କ ପ୍ରତିଭାକୁ ବିଶ୍ୱବଜାର ପର୍ଯ୍ୟନ୍ତ ପହଁଚାଇବାରେ ମଧ୍ୟ ସାହାଯ୍ୟ କରୁଛି ।ଉଲ୍ଲେଖନୀୟ ଯେ,ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ରାଜ୍ୟସଭା ସାଂସଦ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *