Monday , June 14 2021
Breaking News
Home / ତାଜା ଖବର / କଳାହାଣ୍ଡି : ମଙ୍ଗଲପୁର ବ୍ୟାରେଜର ୫ଟି ଗେଟ ଖୋଲା, ହାତୀନଦୀରେ ବନ୍ୟା

କଳାହାଣ୍ଡି : ମଙ୍ଗଲପୁର ବ୍ୟାରେଜର ୫ଟି ଗେଟ ଖୋଲା, ହାତୀନଦୀରେ ବନ୍ୟା

କଳାହାଣ୍ଡି,୦୭/୦୮/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲାରେ ତିନିଦିନ ଧରି ଲଗାଣ ବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ମଙ୍ଗଲପୁର ଠାରେ ହାତୀନଦୀ ବ୍ୟାରେଜର ପାଂଚଗୋଟି ଗେଟ ଖୋଲାଯିବା ପରେ କଲମପୁର ବ୍ଳକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହାତୀ ବ୍ୟାରେଜରୁ ମିନିଟକୁ ୧୩୪ କ୍ୟୁସେକ ପାଣି ନିଷ୍କାସିତ ହେଉଛି ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି । କଲମପୁର ବ୍ଳକର କର୍ମେଲି, ବିରିପୁର, ମାଟିଖାଲ, ବାଲିଛଡା, ଟେମରା ଗାଁ ମାନଙ୍କରେ ହାତୀନଦୀର ଜଲସ୍ତର ବଢ଼ିିବାରେ ଲାଗିଛି । ବନ୍ୟା ଯୋଗୁଁ ଯେପରି ଧନ ଜୀବନ ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଆ ଯାଉଛି ବୋଲି କଲମପୁର ବିଡିଓ ହେମସାଗର ଭୋଇ ପ୍ରକାଶ କରିଛନ୍ତି । ବିଡିଓ ଶ୍ରୀ ଭୋଇ ତଥା କନିଷ୍ଠ ଯନ୍ତ୍ରୀ ଶିବ ବେହେରା ଓ ସୁବ୍ରତ ପଣ୍ଡା ସେହି ଗାଁମାନଙ୍କୁ ଯାଇ ପ୍ରଭାବିତ ଲୋକମାନଙ୍କୁ ଦମକଳ ବାହିନୀ ସହଯୋଗରେ ଆଣି କଲମପୁର ସ୍ଥିତ ଦୁର୍ଗାମାଧବ ହାଇସ୍କୁଲରେ ରଖିବାର ବନ୍ଦୋବସ୍ତ କରିଛନ୍ତି ଓ ରନ୍ଧାଖାଦ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *