Monday , June 21 2021
Breaking News
Home / ତାଜା ଖବର / କଳାହାଣ୍ଡି ଜିଲ୍ଲା ଭତରାଗୁଡା ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା – ଜଣେମୃତ , ରାସ୍ତାରୋକ

କଳାହାଣ୍ଡି ଜିଲ୍ଲା ଭତରାଗୁଡା ଠାରେ ଯାତ୍ରୀବାହୀ ବସ ଦୁର୍ଘଟଣା – ଜଣେମୃତ , ରାସ୍ତାରୋକ

 

ଜୟପାଟଣା,୧୬/୦୬/୨୦୧୯ (ଓଡ଼ିଶା ସମାଚାର/ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଭତରାଗୁଡା ଠାରେ ମା ସନ୍ତୋଷୀ ଯାତ୍ରୀବାହୀ ବସ ଓଆର ୦୮ ଜି ୮୨୪୮ ଦୁର୍ଷଟଣାଗ୍ରସ୍ତ ହୋଇଛି । ଜୁନାଗଡରୁ କଲମପୁର ଦେଇ ମୁଖିଗୁଡା ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଜଣେଯୁବକ ହେମରାଜ ପୁଝାରୀ (୪୦)ଙ୍କ ଉପରକୁ ମାଡି ଯାଇଥିଲା । ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତବ୍ୟକ୍ତି ଜଣକ ନିଜଗାଁ ଭତରାଗୁଡା ଅଭିମୁଖେ ଚାଲିଚାଲି ଯାଉଥିଲେ । ଉତ୍ୟକ୍ତ ଲୋକେ କ୍ଷତିପୁରଣ ଦାବିରେ ଶବକୁ ରାସ୍ତାରେ ରଖି ରାସ୍ତାରୋକ କରିଛନ୍ତି । ରାସ୍ତାର ଦୁଇ ପାଶ୍ୱରେ ଯାନ ବାହାନ ସବୁ ଅଟକି ରହିଛି । ବସ ଡ୍ରାଇଭର ଫେରାର ଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *