Wednesday , June 16 2021
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଳକ ଚମ୍ପା ଚୁଆଁ ଗ୍ରାମରେ ବିନା ଅଙ୍ଗନୱାଡିରେ ଚାଲିଛି ସେଂଟର

କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଳକ ଚମ୍ପା ଚୁଆଁ ଗ୍ରାମରେ ବିନା ଅଙ୍ଗନୱାଡିରେ ଚାଲିଛି ସେଂଟର

ଜୟପାଟଣା, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ସଂଜୟ ସିଂ)-କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଚମ୍ପା ଚୁଆଁ ଗ୍ରାମରେ ଅଙ୍ଗନୱାଡି  ବିନା ସେଂଟର ଚାଲିଥିବା ଜଣାପଡିଛି । ଗାଁଗାଁରେ ସରକାରଙ୍କ ଅନେକ ପ୍ରକାର ଯୋଜନା ଗୁଡିକ ଦିଆଯାଇଥିଲେ ମଧ୍ୟ ଯୋଜନା ଗୁଡିକ ଜନସାଧାରଣଙ୍କ ପାଖରେ ପହଂଚିପାରୁନି । ଚମ୍ପାଚୁଆଁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଏହାର ଜ୍ୱଳନ୍ତ ଉଦାହରଣ । ଅଙ୍ଗନୱାଡି କର୍ମୀ ରୁମେଲ ନାଏକ ନିଜ ଘରେ ରହି ଖାତା ପତ୍ର କାର୍ଯ୍ୟ କରୁଥିବାବେଲେ ଅଙ୍ଗନୱାଡି କେନ୍ଦ୍ରର ହେଲପର ଅଙ୍ଗନୱାଡି କେନ୍ଦ୍ରର କାର୍ଯ୍ୟ ତୁଲାଉଥିବା ଦେଖିବାକୁ ମିଲିଥିଲା । ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ପ୍ରକାର ବ୍ୟବସ୍ଥା କରିଥିଲେ ମଧ୍ୟ କେନ୍ଦ୍ରରେ ଖାଲି ଭାତ ଖାଇବାକୁ ଦିଆଯାଉଛି । ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟ କୁଆଡେ ଯାଉଛି ଏବଂ ଅଙ୍ଗନୱାଡି କର୍ମୀ ରୁମେଲ ନାଏକ ସେଂଟରକୁ ମନମୁଖି ଆସି କାର୍ଯ୍ୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଆମେ ବ୍ଳକ ଶିଶୁବିକାଶ ଅଧିକାରୀ ପୁଷ୍ପାଞ୍ଜଳି ରଥଙ୍କୁ ଜଣାଇଥିଲୁ । ଉପଯୁକ୍ତ ତଦନ୍ତ କରି ଅଙ୍ଗନୱାଡି କର୍ମୀ ରୁମେଲ ନାଏକଙ୍କୁ ଉଚିତ ପଦକ୍ଷେପ ନିଆଯିବ ବୋଲି ପୁଷ୍ପାଞ୍ଜଳି ରଥ ପ୍ରତିଶୃତି ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *