Monday , June 21 2021
Breaking News
Home / ତାଜା ଖବର / କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି  ଗିରଫ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ୧୦ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ି  ଗିରଫ

ଜୟପାଟଣା,୦୨/୦୭/୨୦୧୯(ଓଡ଼ିଶା ସମାଚାର/ ସଂଜୟ ସିଂ)-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମି ମ୍ୟୁଟେସନ କରିବା ପାଇଁ ଦଶ ହଜାର ଟଙ୍କା ଲାଂଚ ନେଉଥିବାବେଲେ ଭିଜିଲାନ୍ସ  ଡି.ଏସ୍.ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଭିଜଲାନ୍ସ ଚଢାଉକରି ଗିରଫ କରିଛି । କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁ ର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ ହଜାର ଟଙ୍କା ଦବିକରିଥିଲେ । ଏନେଇ ଲାଲସାହେବ ସାହୁ ଭିଜଲାନ୍ସଙ୍କ ଦ୍ୱାରସ୍ଥ ହେବାପରେ ପୂର୍ବଯୋଜନା ମୁତାବକ ୧୦ ହଜାର  ଟଙ୍କା ତହସିଲଦାର ଲାଂଚ ନେଉଥିବା ବେଲେ ଅଫିସ କାର୍ଯ୍ୟାଳୟରେ ଭିଜ୍ଲେନ୍ସ ଚଢ଼ାଉକରି ଗିରଫ କରିଛି ।  ତହସିଲଦାରଙ୍କ ସରକାରୀ ବାସଭବନ ଓ ତାଙ୍କ ପୈତୃକ ଘରେ ମଧ୍ୟ ଚଢାଉ କରାଯାଇଛି ବୋଲି ଭିଜିଲାନ୍ସ  ଡି.ଏସ୍.ପି. ସତ୍ୟବାନ ମହାନନ୍ଦ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *