Sunday , June 20 2021
Home / କୃଷି / କଳାହାଣ୍ଡି ଜିଲ୍ଲାରେ ବିଦେଶୀ କୀଟକୁ ନେଇ ଚାଷୀଙ୍କ ମନରେ ଆତଙ୍କ

କଳାହାଣ୍ଡି ଜିଲ୍ଲାରେ ବିଦେଶୀ କୀଟକୁ ନେଇ ଚାଷୀଙ୍କ ମନରେ ଆତଙ୍କ

ଜୟପାଟଣା,୦୫/୦୮/୨୦୧୯ ( ଓଡ଼ିଶା ସମାଚାର/ ସଂଜୟ କୁମାର ସିଂହ)- କଳାହାଣ୍ଡିଜିଲ୍ଲାରେ ଫଲ ଆର୍ମିଓର୍ମ ନାମକ ଏକ କୀଟ ବିଲରେ ଦେଖା ଦେଇଛି । ଏହି କୀଟ ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ଦେଖା ଦେଇଛି । ଏହି ମାରାତ୍ମକ କୀଟ ଉଙ୍ଗିବା ସହ ଅଣ୍ଡା ମଧ୍ୟ ଦେଇଥାଏ । ଏହି ପୋକ ଦିନକୁ ୧୦୦ କି.ମି. ଅତିକ୍ରମ କରି ମକା, ଧାନ, ଆଖୁ, କୋବି, ଚିନାବାଦାମ, କପା ଇତ୍ୟାଦି ଫସଲକୁ ନଷ୍ଟ କରିଥାଏ । ୪ ରୁ ୫ ଦିନ ମଧ୍ୟରେ କୀଟ ଫସଳରେ ବ୍ୟାପିଥାଏ । ଏହି କୀଟ ୨୦୧୬ ମସିହାରେ ପ୍ରଥମେ ଆମେରିକାରେ ଦେଖା ଯାଇଥିଲା । ପରେ ପଡୋସୀ ଦେଶରେ ଦେଖା ଯାଇଥିଲା । ୨୦୧୮ ମସିହାରେ କର୍ଣ୍ଣାଟକ, ହରିୟାନା, ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ପ୍ରଥମ ଥର ପାଇଁ ଦେଖା ଦେଇଥିଲା । ଏହାର ନିରାକରଣ ନକରାଗଲେଚାଷ ନିଶ୍ଚିତ ଭାବରେ କ୍ଷତିହେବ ବୋଲି ଚାଷୀମାନେ ଆତଙ୍କିତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କୃଷି ବିଭାଗ ପକ୍ଷରୁ ନିରାକରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *