Wednesday , June 23 2021
Breaking News
Home / ବିଶେଷ / କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ  ପର୍ଦ୍ଦାଫାସା

କଳାହାଣ୍ଡି ଜିଲ୍ଲାରେ ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ  ପର୍ଦ୍ଦାଫାସା

ଜୟପାଟଣା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )- ଗତ କିଛିବଷ ର୍ହେଲା ବାରମ୍ବାର ଓଡିଶାରେ ନକଲି ପ୍ରମାଣପତ୍ର ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଅଭିଯୋଗ ହୋଇ ଆସୁଥିଲା । ଏବେ ସରକାର ଏହି ନକଲି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଠାବ କରିବା ପାଇଁ ଅଂଟା ଭିଡିଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ନିର୍ଦ୍ଦେଶ କ୍ରମେ ବିଭିନ  ଜିଲ୍ଲାରେ  ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । କଳାହାଣ୍ଡିରେ ଯାଂଚ ହୋଇଥିବା ଅନୁସାରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିର କରୁଥିବା ଜଣାପଡିଛି ଓ ଚାକିରି ସମୟରେ ସି.ଟି., ବି.ଇ.ଡି, କରିଥିବା ଜଣାପଡିଛି । ପ୍ରତ୍ୟେକ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଚାକିରୀ ସମୟରେ ପ୍ରଦାନ କରିଥିବା ସାର୍ଟିଫିକେଟକୁ ସଂଗ୍ରହ  କରି ଜିଲ୍ଲାଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଯାଇଛି । ସେଠାରେ ତାଙ୍କର ସାର୍ଟିଫିକେଟ ଯାଂଚ ହେବବୋଲି ଦାୟୀତ୍ୱରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀମାନେ ପ୍ରକାଶକରିଛନ୍ତି । ସରକାରଙ୍କ ଏଭଲି ପଦକ୍ଷେପ ଆଗାମୀ ଦିନରେ କିପରି ନକଲି ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପର୍ଦାଫାସ କରିବ ତାହା ଦେଖିବାକୁମିଲିବ ।ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *