Thursday , June 24 2021
Breaking News
Home / ବିଶେଷ / କଳାହାଣ୍ଡି ଗଣଦୁଷ୍କର୍ମ ଘଟଣାର ନୂଆଁମୋଡ : ପିଡିତାଙ୍କ ବୟାନ ଡ୍ରାଇଭର ଘଟଣାର ମାଷ୍ଟରମାଇଣ୍ଡ

କଳାହାଣ୍ଡି ଗଣଦୁଷ୍କର୍ମ ଘଟଣାର ନୂଆଁମୋଡ : ପିଡିତାଙ୍କ ବୟାନ ଡ୍ରାଇଭର ଘଟଣାର ମାଷ୍ଟରମାଇଣ୍ଡ

କଳାହାଣ୍ଡି, ୨୭/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡିରେ ଜଣେ ନସିଂ ଛାତ୍ରୀକୁ ଗଣ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ କୋଟଚାଲାଣ କରିଛି । ତେବେ ଏହାପରେ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୟାନ ଅନୁସାରେ ପୋଲିସର ରାଜସାକ୍ଷୀ ହୋଇଥିବା ଡ୍ରାଇଭର ଲଲିତେନ୍ଦ୍ର ଶବର ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି । ପିଡିତା ଏକ ୱେବ ଚାନେଲ କୁ କହୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ କୁହାଯାଇଛି ଯେ ଡ୍ରାଇଭର ଲଲିତେନ୍ଦ୍ର ମଧ୍ୟ ଗଣଦୁଷ୍କର୍ମରେ ସାମିଲ ଓ ଯଦି ଲଲିତେନ୍ଦ୍ରକୁ ଦଣ୍ଡ ନମିଳେ ତାହେଲେ ମୁଁ ଆତ୍ମହତ୍ୟା କରିବି ବୋଲି ପିଡିତା କହିଛନ୍ତି । ଅପରପକ୍ଷେ ପୋଲିସ ପିଡିତାଙ୍କ ଏହି ଅଭିଯୋଗ ସମ୍ପର୍କରେ ସମ୍ପୁର୍ଣ୍ଣ ଅଜ୍ଞ ଥିବା ଜଣାପଡିଛି । ଘଟଣାର ତଦନ୍ତ କରୁଥିବା ଜୁନାଗଡ ଥାନା ଆଇଆଇସି କହିଛନ୍ତି ଡ୍ରାଇଭର ଲଲିତେନ୍ଦ୍ର ଦୁଷ୍କର୍ମ କରିଥିବା କଥା ପିଡିତାତାଙ୍କ ଏତଲାରେ ଲେଖି ନଥିଲେ ତେଣୁ ତାଙ୍କୁ ଅଭିଯୁକ୍ତ କରାନଯାଇ ରାଜସାକ୍ଷୀ କରାଯାଇଥିଲା । ଡ୍ରାଇଭର ଲଲିତେନ୍ଦ୍ର ଉପରେ ପୋଲିସ କି ପଦକ୍ଷେପ ନେଉଛି ତାହା ଆଗକୁ ଜଣାପଡିବ ।

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *