Wednesday , June 16 2021
Breaking News
Home / ସ୍ୱାସ୍ଥ୍ୟ / କଳାବୁଦାରେ ମୋତିଆବିନ୍ଦୁ ଚିହ୍ନଟ ଶିବିର 

କଳାବୁଦାରେ ମୋତିଆବିନ୍ଦୁ ଚିହ୍ନଟ ଶିବିର 

କେନ୍ଦ୍ରାପଡା, ୧୧/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତ କାର୍ଯ୍ୟାଳୟରେ ଆଜି ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ଭୁମିକା ଚକ୍ଷୁ ଚିକିତ୍ସା ତରଫରୁ ଏହି ଶିବିର ଆୟୋଜନ କରାଯାଇଥିଲା । ଏଥବରେ ମୋଟ ୪୮ ଜଣ ଚନ୍ଧୁ  ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କର ମୋତିଆ ବିନ୍ଦୁ ହୋଇଥିବା ଜଣାପଡ଼ିଥିଲା । ୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ୍ ପାଇଁ ନିଆଯାଇଥିଲା । ଅନ୍ୟ ୧୮ ଜଣଙ୍କର ରାଷ୍ଟ୍ରିୟ ସ୍ୱାସ୍ଥ୍ୟ ବୀମା କାର୍ଡ଼ ନଥିବାରୁ ତହସିଲ ରୁ ଆୟ ସାର୍ଟିଫିକେଟ ବାହାର କରାଯିବା ପରେ ଆସନ୍ତା ୧୯ ରେ ସେମାନଙ୍କୁ ଅପରେସନ୍ ପାଇଁ ନିଆଯିବାକୁ ସ୍ଥିର କରାଯାଇଥିଲା । ସମସ୍ତଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚଷମା ଯୋଗାଇଦେବା ବ୍ୟବସ୍ଥା ହୋଇଥିଲା ।   ଓଡ଼ିଶା ସମାଚାର

About admin

Check Also

୧୮ ରୁ ୪୪ ବର୍ଷଙ୍କୁ ଟୀକାକରଣରେ ବିଳମ୍ବ -ପାରାଦୀପର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କଟକ, ଭୁବନେଶ୍ୱର ମହାନଗର ନିଗମର ୧୮ ରୁ ୪୪ ବର୍ଷ ଯୁବ ବର୍ଗଙ୍କୁ ଟୀକାକରଣର ସଫଳତା ପରେ ରାଜ୍ୟ …

Leave a Reply

Your email address will not be published. Required fields are marked *