Monday , June 14 2021
Breaking News
Home / ବିଶେଷ / କଳାକାର ଭତାରୁ ବଂଚିତ ଦୁର୍ଯେ୍ୟାଧନ – କଳାର ସମ୍ମାନ ଓ ନିଜର ସ୍ୱାଭିମାନ ରକ୍ଷା ପାଇଁ ବୟସର ଅପରାହ୍ନରେ କଳାକାର ଭତା ପାଇଁ ଆଶାୟୀ !

କଳାକାର ଭତାରୁ ବଂଚିତ ଦୁର୍ଯେ୍ୟାଧନ – କଳାର ସମ୍ମାନ ଓ ନିଜର ସ୍ୱାଭିମାନ ରକ୍ଷା ପାଇଁ ବୟସର ଅପରାହ୍ନରେ କଳାକାର ଭତା ପାଇଁ ଆଶାୟୀ !

ଭୁବନ ୨୮/୦୬/୨୦୨୦(ଓଡ଼ିଶା ସମାଚାର)- ପାଲା, ଦାଶକାଠିଆ, ସଂକୀର୍ତନ ପ୍ରଭୃତି ଓଡିଶାର ପ୍ରମୁଖ କଳା ଓ ସଂସ୍କୃତି । ଏହି କଳା ସଂସ୍କୃତିର ପୁନରୁଦ୍ଧାର ତଥା କଳାକାର ମାନଙ୍କୁ ଆର୍ଥôକ ସହାୟତା ଦେଇ ସେମାନଙ୍କର ଜୀବନ ସ୍ୱଚ୍ଛଳ କରିବା ଉଦ୍ଧେଶ୍ୟରେ ସରକାର କଳାକାର ଭତା ଭଳି ଏକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରିଥିଲେ । ତେବେ ଦୁର୍ନୀତି, ପ୍ରିୟାପ୍ରୀତି ଓ ଅଧିକାରୀ ଙ୍କୁ ଲାଂଚ ଦେଇନପାରି କଳାକାର ଭତା ପାଇବାକୁ ଯୋଗ୍ୟ ହୋଇନଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ ତଥା ନିଆରା କଳାକାର ଦୁର୍ଯେ୍ୟାଧନ । ପ୍ରାପ୍ତ ଅଭିଯୋଗରୁ ପ୍ରକାଶ ଯେ, ଭୁବନ ଏନ.ଏ.ସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ପେଣ୍ଠସାହିର ସ୍ୱର୍ଗତ ବାବାଜୀ ମଲିକ ଓ ତୁଲ ମଲିକ ଙ୍କ କୋଳମଣ୍ଡନ କରିଥିଲେ ଦୁର୍ଯେ୍ୟାଧନ ୧୧.୫.୧୯୫୨ ରେ । ପିଲାଟି ବେଳରୁ ସେ ଆଧ୍ୟାତ୍ମିକ ଚିନ୍ତାଧାରା ସଂପନ୍ନ ଥିଲେ । ଅନୁସୂଚିତ ଜାତିର ହୋଇଥିଲେହେଁ ଆର୍ଥôକ ଅଭାବ ସତ୍ୱେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ । ପରେ ବାପାଙ୍କୁ କାମରେ ସାହାଯ୍ୟ କରିବା ଓ ମୁଲମଜୁରୀ କରିଥିଲେ । ଭଗବତ ପ୍ରେମୀ ଦୁର୍ଯେ୍ୟାଧନ ୧୯୮୫ ମସିହାରେ ମହୁଲପାଳର ବିଶିଷ୍ଟ ପାଲା ଗାୟକ ଭରତ ଚନ୍ଦ୍ର ପାତ୍ରଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଗୁରୁ ଭାବେ ଗ୍ରହଣ କରି ତାଙ୍କରି ଅଧିନରେ ପାଳିଆ ଭାବେ କାର୍ଯ୍ୟ କରିଥିଲେ । ୧୯୯୦ ପରଠାରୁ ନିଜେ ଗାୟକ ଓ ନିଜେ ବାୟକ ସାଜି ସାଥି କଳାକାରମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ପାଲା ପରିବେଶଣ କରିଥିଲେ ଓ ୧୯୯୦ ଦଶକରେ ସ୍ଥାନୀୟ ଅଂଚଳରେ ଜଣେ ପ୍ରମୁଖ ପାଲାଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୯୩-୯୬ ପର୍ଯ୍ୟନ୍ତ ଢେଙ୍କାନାଳସ୍ଥିତ ନଟରାଜ ସଙ୍ଗୀତ ମହାବିଦ୍ୟାଳୟରେ ଓଡିଶୀ ଭୋକାଲ ଶିକ୍ଷା ଗ୍ରହଣ କରିବା ପରେ ଭୁବନର ମୀରାବାଇ କଳା ବିକାଶ କେନ୍ଦ୍ରରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରିଥିଲେ । ୨୦୦୦ ମସିହାରେ ଶ୍ରୀ ନୀଳାଚଳ ନିଖିଳ ଉକôଳ ପାଲାଗାୟକ ପରିଷଦ,ଓଡିଶା ର ଆଜୀବନ ସଦସ୍ୟ ଭାବେ ଯୋଗଦେଇଥିଲେ । ୨୦୦୫ ପରଠାରୁ ଧିରେଧିରେ ତାଙ୍କ ପାଲା ପରିବେଷଣ ବନ୍ଦ ହୋଇଗଲା । ଭୁବନ ପାଲାଗାୟକ ସମ୍ମିଳନୀ ତରଫରୁ ଏକାଧିକବାର ପ୍ରଶଂସାପତ୍ର ପାଇବା ସହିତ ମୀରାବାଇ କଳାବିକାଶ କେନ୍ଦ୍ର ଓ ସଂଗ୍ରାମୀ ମହିଳା ମୋର୍ଚ୍ଚା ତରଫରୁ ସୁଗାୟକ ଭାବେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି । ଜିଲ୍ଲାସ୍ତରରେ ମଧ୍ୟ ପ୍ରଶଂଶିତ ଓ ସମ୍ବର୍ଦ୍ଧିତ ହୋଇଥିବା ଦୁର୍ଯେ୍ୟାଧନ ବୟସର ଅପରାହ୍ନରେ ବିଭିନ୍ନ ଯାନିଯାତ୍ରା,ମେଳା,ମହୋସôବ ଓ ସାପ୍ତାହିକ ହାଟରେ ପୁରାଣ,ଧର୍ମପୁସ୍ତକ ବହିପତ୍ର ଓ ଫଟୋ ଇତ୍ୟାଦି ବିକ୍ରି କରୁଛନ୍ତି । ଲୋକଙ୍କୁ ଭଗବାନ ବିଶ୍ୱାସୀ ଓ ଧାର୍ମିକ କରାଇବା ଉଦ୍ଧେଶ୍ୟରେ ପୁରାଣ ଓ ଧର୍ମ ସମ୍ବନ୍ଧୀୟ ପୁସ୍ତକ ବିକ୍ରି କରୁଥିବା ସେ କହିଛନ୍ତି । ୬୮ ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଂଚଳ ଥିବା ଦୁର୍ଯେ୍ୟାଧନ ସମୟ ପାଇଲେ ବିଭିନ୍ନ ସାହି କୋଠଘର,ମଣ୍ଡପ,ଚାନ୍ଦିନୀ,ଭାଗବତ ଟୁଙ୍ଗିରେ ନିଜର କଳା ପ୍ରଦର୍ଶବନ କରି ନିଜେ ମୃଦଙ୍ଗ,ହାରମୋନିୟମ ବଜାଇ ଭଜନ ଜଣାଣ ବୋଲି ଲୋକଙ୍କ ମନୋରଂଜନ କରିଥାନ୍ତି । ଭୁବନ ଏନଏସି ତରଫରୁ ତାଙ୍କୁ ମାସିକ ୫ ଶହ ଟଙ୍କାର ବାର୍ଦ୍ଧକ୍ୟ ଭତା ମିଳୁଥିବା ବେଳେ କଳାର ସମ୍ମାନ ଓ ନିଜର ସ୍ୱାଭିମାନ ରକ୍ଷା ପାଇଁ ସେ କଳାକାର ଭତା ନିମନ୍ତେ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ସହିତ ଆବେଦନ କରିଥିଲେ । ଭୁବନରେ କଳାର ‘କ’ ଅକ୍ଷର ଜାଣିନଥିବା ଅନେକ ଅଯୋଗ୍ୟ ବ୍ୟକ୍ତି କଳାକାର ଭତା ପାଉଥିବା ବେଳେ ତାଙ୍କଭଳି ପ୍ରକୃତ ତଥା ଯୋଗ୍ୟ ବ୍ୟକ୍ତି କେମିତି ଅଯୋଗ୍ୟ ହେଲେ ? କେବଳ ବିଭାଗୀୟ ଅଧିକାରୀ ଙ୍କୁ ଲାଂଚ ଦେଇନପାରିବାରୁ ସେ କଳାକାର ଭତା ପାଇବା ନିମନ୍ତେ ଅଯୋଗ୍ୟ ହୋଇଥିଲେ । ଯାହାକି ତାଙ୍କ ଜୀବନର ସବୁଠୁ ବଡ ଦୁଃଖ ବୋଲି କୁହନ୍ତି ଦୁର୍ଯୋଧନ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ସ୍ୱାଭିମାନୀ ଦୁର୍ଯେ୍ୟାଧନ ଙ୍କର ସମ୍ମାନ ରକ୍ଷା ପାଇଁ ତାଙ୍କୁ କଳାକାର ଭତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *