Wednesday , August 4 2021
Breaking News
Home / ବିଶେଷ / କଲମ କ୍ରାନ୍ତି ପକ୍ଷରୁ ସାହିତି୍ୟକ ଓ କବି ସମ୍ମିଳନୀ

କଲମ କ୍ରାନ୍ତି ପକ୍ଷରୁ ସାହିତି୍ୟକ ଓ କବି ସମ୍ମିଳନୀ

ଭୁବନେଶ୍ୱର ,୨୯/୦୮/୨୦୧୯(ଓଡ଼ିଶା ସମାଚାର)-ସାହିତ୍ୟ ସଂସ୍ଥା କଲମ କ୍ରାନ୍ତି ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟ ଓ କବିତା ସମ୍ମିଳନୀ ସ୍ଥାନୀୟ ୟୁନିଟ୍-୧ସ୍ଥିତ କସ୍ତୁରବା ନାରୀ ମହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଡ. ବ୍ରଜବନ୍ଧୁ ପଣ୍ଡା, କୁଳମଣି ଷଢ଼ଙ୍ଗୀ, ଚିତରଞ୍ଜନ ନାୟକ, ଭଗବାନ ଦାଶ, ଧନେଶ୍ୱର ଦାଶ ପ୍ରମୁଖ ସାହିତି୍ୟକ ଓ କବି ତ୍ରିଲୋଚନ ପଣ୍ଡା, କବି ଭାସ୍କରଚନ୍ଦ୍ର ପରିଡ଼ା ପ୍ରମୁଖ ପ୍ରଦୀପ ଉଜ୍ଜ୍ୱଳନ କରି ଶୁଭାରମ୍ଭ କରିଛନ୍ତି । କଲମ କ୍ରାନ୍ତି ସଂଗଠନର ଏହା ପ୍ରଥମକରି “ଆଜିଠୁ ଆରମ୍ଭ” ହୋଇଥିବା ସମ୍ମିଳନୀ ଯେଉଁଠି ୩୦୦ରୁ ଉଦ୍ଧ୍ୱର୍ ସାହିତି୍ୟକ, କବି ଓ ସାହିତ୍ୟ ଅନୁରାଗୀ ଉପସ୍ଥିତ ରହି ନିଜର ପରିଚୟ, ସାହିତ୍ୟ ଓ କବିତା ପଠନ ଏବଂ ଭାଷା ସାହିତ୍ୟର ସୁରକ୍ଷା ଓ ବ୍ୟାପକ କରିବା ନିମନ୍ତେ ସବିଶେଷ ଆଲୋଚନା କରିଥିଲେ । କଲମ କ୍ରାନ୍ତିର ସମସ୍ତ ଜିଲ୍ଲାସ୍ତରୀୟ କର୍ମକର୍ତା ଚୟନ କରାଯାଇଥିଲା । ଏହି ସମ୍ମିଳନୀରେ ଧାର୍ମିକ ସାହିତ୍ୟ ଓ କବିତା, ବ୍ୟଙ୍ଗ ସାହିତ୍ୟ ଓ କବିତା, ସାମାଜିକ, ପାରିବାରିକ, ଦେଶାତ୍ମାବୋଧକ କବିତା, ରସିକ କବିତା ମାଧ୍ୟମରେ ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କୁ ସାହିତ୍ୟ ଚର୍ଚ୍ଚା ନିମନ୍ତେ ସଚେତନ କରାଯାଇଥିଲା । ସଭାପତି ସାହିତି୍ୟକ ଚିତରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପାଦକ ଭଗବାନ ଦାଶ ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ସାହିତି୍ୟକ ଯେଉଁମାନେ କି ଜିଲ୍ଲାସ୍ତରୀୟ କର୍ମକର୍ତା ଭାବେ ଚୟନ ହୋଇଥିଲେ ସେମାନଙ୍କର ପରିଚୟ ପ୍ରଦାନ ଓ ସାହିତ୍ୟକୃତି ଉପରେ ବଖାଣିଥିଲେ । ପ୍ରଥମ କରି ଆରମ୍ଭ ହୋଇଥିବା କଲମ କ୍ରାନ୍ତିର ଲକ୍ଷ୍ୟ ଆଦର୍ଶ ହେଉଛି ସମଗ୍ର ରାଜ୍ୟରେ ବିଭିନ୍ନ ଅଂଚଳରେ ତିଷ୍ଠି ରହିଥିବା ଓଡ଼ିଆ ସାହିତ୍ୟକୁ ନିଶ୍ଚୟ ବଜାୟି ରଖିବା ଏବଂ ଶିଶୁ ସାହିତି୍ୟକ ସୃଷ୍ଟି କରିବା ଓ ସେମାନଙ୍କ ଲୁକାୟିତ ପ୍ରତିଭାକୁ ସମାଜରେ ପ୍ରତିଷ୍ଠିତ କରାଇବା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସତ୍ୟବ୍ରତ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ସଭାପତି ଚିତରଂଜନ ନାୟକ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *