Wednesday , June 16 2021
Breaking News
Home / ବିଶେଷ / କର୍ଲାମୁଣ୍ଡା ବ୍ଳକରେ ଭିଜିଲାନ୍ସ ର ପରିଚୟ ଦେଇ ତୁମୁଳ କାଣ୍ଡ ରଚିଲେ ଦୁଇ ଦୁର୍ବୃତ

କର୍ଲାମୁଣ୍ଡା ବ୍ଳକରେ ଭିଜିଲାନ୍ସ ର ପରିଚୟ ଦେଇ ତୁମୁଳ କାଣ୍ଡ ରଚିଲେ ଦୁଇ ଦୁର୍ବୃତ

କଳାହାଣ୍ଡି, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକସ୍ଥିତ ସଦର ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ର ପରିଚୟ ଦେଇ ତୁମୁଳକାଣ୍ଡ ରଚିଥିଲେ ଦୁଇ ଦୁର୍ବୃତ । ସୂଚନାମତେ ବଲାଙ୍ଗୀର ଜିଲ୍ଲା ସଇଁତଲା ଅଂଚଳର ସବିତ ରଞ୍ଜନ ଜାଲ (୪୩) ଓ ନର୍ଲା ବ୍ଳକ ସେରଗଡ ଗ୍ରାମର ସୁଧାକର ତ୍ରିପାଠୀ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଘଂଟା ସମୟରେ ସଦର ନୋଡାଲ ପ୍ରାଥମିକ ବିଦ୍ୟାଳୟକୁ ପଶି ଆସିଥିଲେ ଓ ସହଶିକ୍ଷକ ରତନ ନାଗଙ୍କୁ ଟଣା ଓଟରା କରିବାସହିତ ତଂଟିଚିପି ଜୀବନରେ ମାରି ଦେବାପାଇଁ ଧମକ ଦେଇଥିଲେ । ଏହା ଦେଖି ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଦୁର୍ବୃତଙ୍କୁ କାବୁକରି ମ. ରାମପୁର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଦୁର୍ବୃତ ଦ୍ୱୟଙ୍କୁ ଉତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧା ରକରିଥିଲା । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମିଶ୍ର ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ଦେବା ପରେ କେସ ନଂ. ୧୪୦/୨୦୧୯ ରେ ମାମଲା ରୁଜୁକରି ଦଫା ୩୦୭, ୪୫୨, ୪୯୦, ୫୦୬ ରେ ତଦନ୍ତ ଚାଲୁ ରଖିଥିବା ମ. ରାମପୁର ଥାନା ଅଧିକାରୀ ଉତମ କୁମାରସାହୁ ସୂଚନା ଦେଇଛନ୍ତି । ଏହାର ତଦନ୍ତ ଭାର କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ ନେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସହାୟଙ୍କୁ ବୈଜୟନ୍ତ  ପଣ୍ଡାଙ୍କ ସହାୟତା

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରଷୋତମପୁର ଓ ବାରୋ ପଂଚାୟତର କର୍କଟ ରୋଗରେ ଆକ୍ରାନ୍ତ ମୃତକଙ୍କ ଅସହାୟ ପରିବାରକୁ …

Leave a Reply

Your email address will not be published. Required fields are marked *