Tuesday , June 15 2021
Breaking News
Home / ବିଶେଷ / କର୍କଟ ରୋଗରେ ମେଧାବୀ ଛାତ୍ରଙ୍କ ମୃତୁ୍ୟ

କର୍କଟ ରୋଗରେ ମେଧାବୀ ଛାତ୍ରଙ୍କ ମୃତୁ୍ୟ

ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଜଣେ ମେଧାବୀ ଛାତ୍ରଙ୍କର କର୍କଟ ରୋଗରେ ମୃତୁ୍ୟ ଘଟିବା ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ମାଳଶାସନ ଗ୍ରାମର ପଂଚାୟତ ହାଇସ୍କୁଲର ପୁରାତନ ଛାତ୍ର ତଥା ବୃନ୍ଦାବନ ଭୋଇଙ୍କ ପୁତ୍ର ସତ୍ୟବ୍ରତ ଭୋଇ(୧୬) ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଛି । ତାଙ୍କର ମୃତୁ୍ୟରେ ପଂଚାୟତ ହାଇସ୍କୁଲ ମାଳଶାସନର ପୁରାତନ ଛାତ୍ରସଂସଦର ସଭ୍ୟସଭ୍ୟାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *