Tuesday , August 3 2021
Breaking News
Home / ବିଶେଷ / କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ ଯୋଗ ଓ ଆୟୁର୍ବେଦର ଭୂମିକା ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ପତଞ୍ଜଳୀ କିଶାନ ସେଵା ସମିତି ଓଡ଼ିଶା ରାଜ୍ୟ ପ୍ରଭାରୀ ଡାକ୍ତର ସୋୟନ ପ୍ରକାଶ ଦ୍ୱେତକ ରଂଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଶାରିରୀକ ଓ ମାନସିକ ସୁସ୍ଥତା ଉପରେ ଯୋଗ ଏବଂ ଆୟୁର୍ବେଦର ଭୂମିକା,କରୋନା ରୋଗର ଲକ୍ଷଣ,ସୁରକ୍ଷିତ ରହିବାର ନିୟମାବଳୀ,ଉପଯୁକ୍ତ ଖାଦ୍ୟପେୟ, ସତର୍କତା,ବ୍ୟାୟାମ,କରଣୀୟ ଅକରଣୀୟ,କରୋନା ସଚେତନତା,କରୋନା ସମୟରେ ରୋଗୀ ସେଵା,ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବାବେଳେ ବହୁ କର୍ଯ୍ୟକର୍ତା ଅଂଶଗ୍ରହଣ କରି ଆଲୋଚନାକୁ ସଫଳ କରିବାସହ ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କ ପାଖରେ ସଚେତନତାର ମହନୀୟ ବାର୍ତ୍ତା ପ୍ରଚାର କରିଚାଲିଛନ୍ତି । ଓଡିଶା ସମାଚାର

About admin

Check Also

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

କନ୍ଧମାଳ,୦୨/୦୮/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା । ଏମିତି …

Leave a Reply

Your email address will not be published. Required fields are marked *