Monday , June 14 2021
Breaking News
Home / ତାଜା ଖବର / କରୋନା ସମ୍ପର୍କିତ ତାଜା ଖବର : ଆଉ ୨୪ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ

କରୋନା ସମ୍ପର୍କିତ ତାଜା ଖବର : ଆଉ ୨୪ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ

ଭୁବନେଶ୍ୱର୧୭/୦୫/୨୦୨୦ (ଓଡ଼ିଶା ସମାଚାର)- ଗତକାଲି ଗଂଜାମ ଜିଲାର ଦ୍ୱିତୀୟ କରୋନା ମୃତ୍ୟୁ ଘଟଣା ଟି ସନ୍ଦେହଜନକ ଥିଲା । ଲାବୋଟି୍ର ରୁ ପରୀକ୍ଷା ରିପୋର୍ଟ ମିଳିଛି । ରିପୋର୍ଟ ନେଗେଟିଭ ଥିଲା । ତେଣୁ ରାଜ୍ୟରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ ବୋଲି ସରକାର ଷ୍ପଷ୍ଟ କରିଛନ୍ତି ।
ସେହିପରି ରାଜ୍ୟରେ ଆଉ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଗଂଜାମ ଜିଲାର ୧୯ ଜଣ ,ଯାଜପୁର ଜିଲାର ୩ ଜଣ. ବାଲେଶ୍ୱର ଜିଲାର ୨ ଜଣ ଏହିପରି ୨୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ସୁରତ ରୁ ଫେରି ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ୍ ବନ୍ଧପଡ଼ା ଅଂଚଳର ଏକ ସଙ୍ଗରୋଧକେନ୍ଦ୍ରରେ ଥିବାବେଳେ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ବର୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୩୦ ରେ ପହଂଚିଛି । ୪ ଜଣ ମୃତ୍ୟୁ ବରଣ କରିଥିବାବେଳେ ୨୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଅବଶିଷ୍ଟ ୬୦୬ ଜଣ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *