Sunday , June 20 2021
Home / ବିଶେଷ / କରୋନା ସଚେତନତାର ନୂଆ ଦିଶା ଦେଖାଉଛନ୍ତି ସମାଜସେବୀ ରସାନନ୍ଦ ବେହେରା,ଅଶୋକ ସାହୁ ଓ ତାଙ୍କ ସାଥୀ

କରୋନା ସଚେତନତାର ନୂଆ ଦିଶା ଦେଖାଉଛନ୍ତି ସମାଜସେବୀ ରସାନନ୍ଦ ବେହେରା,ଅଶୋକ ସାହୁ ଓ ତାଙ୍କ ସାଥୀ

 କଟକ, ୦୫/୦୫/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀର ଦିତୀୟ ଲହର ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା, ବିଶୋଧନ କାର୍ଯ୍ୟକ୍ରମ ଓ ଏହାର ପାଳନ ଉପରେ ପୂର୍ଣ୍ଣଗୁରୁତ୍ୱଦେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଖଣ୍ଡେଇତା ପଂଚାୟତ ଉପକଣ୍ଠ ଖଣ୍ଡାଏତା, ସଂଖତ୍ରାସ୍, ଅରଡ, ଧାନଘରପଡା, ନାଗବାଲି, ତେଲେଙ୍ଗାପେଣ୍ଠ ଆଦି ବହୁ ସ୍ଥାନ ଏବଂ ଆଖପାଖ ଅଂଚଳ ସମାଜସେବୀ ଅଶୋକ ସାହୁ,ରସାନନ୍ଦ ବେହେରା,ଗଗନ ମୂଳିଆ, ନିକୁଞ୍ଜ କିଶୋର ସାମତରାୟ, ଅକ୍ଷୟ ରାଉତରାୟ,ହେମନ୍ତ ବେହେରା,ଦେବାଷିସ୍ ପରିଡା, ଦିଲିପ୍ ସାହୁ, ସ୍ମୃତିରଞ୍ଜନ ବାବୁ, ବାବୁନା ବାବୁ ଆଦି ସ୍ୱେଚ୍ଛାସେବୀମାନେ ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରିଚାଲିଛନ୍ତି ଏବଂ ଏହି ଅଭିଯାନ ଆମଣ, ଉରାଳି ପଂଚୟତର ବିଭିନ୍ନ ଗ୍ରାମରେ କରାଯିବାର ବ୍ୟବସ୍ଥା ରହିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *