Wednesday , June 23 2021
Breaking News
Home / ତାଜା ଖବର / କରୋନା ରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

କରୋନା ରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ଗରଦପୁର, ୦୨/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବିଚଣା ଗ୍ରାମର ମନୋରଂଜନ ନାୟକ (୪୧) ଙ୍କର ଆଜି ବିୟୋଗ ଘଟିଛି ।  ସେ କରୋନା ରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । ମନୋରଂଜନ ଗତ ସପ୍ତାହେ ହେଲା ଜ୍ୱର ରେ ପିଡ଼ିତ ଥିଲେ । କରୋନା ପରୀକ୍ଷା ନକରି ଘରେ ରହି  ଔଷଧ ସେବନ କରୁଥିଲେ । ଆଜି ଅପରାହ୍ନରେ ହଠାତ୍ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ପାଟକୁରା ମେଡ଼ିକାଲକୁ ନେଇଥିଲେ । ମେଡ଼ିକାଲ ରେ ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପାଟକୁରା ମେଡ଼ିକାଲ ର ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତ୍ୟୁ କରୋନା କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଆସନ୍ତା କାଲି ତାଙ୍କ ଶବ ବ୍ୟବଛେଦ ପାଇଁ ପଠାଯିବ ଏବଂ ତାଙ୍କ ପରିବାର ଲୋକଙ୍କର କରୋନା ପରୀକ୍ଷା କରାଯିବ ବୋଲି ଡ଼ଃ ସଢ଼ଙ୍ଗୀ ସୂଚନା ଦେଇଛନ୍ତି । ମନୋରଂଜନ ଙ୍କର ପୂର୍ବରୁ ଆଜମା ଥିଲା ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୫୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *