Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / କରୋନା ମିଟର ଉପର ମୁହାଁ – ୨୯୦ କରୋନା ସଙ୍କ୍ରମିତ  ଚିହ୍ନଟ

କରୋନା ମିଟର ଉପର ମୁହାଁ – ୨୯୦ କରୋନା ସଙ୍କ୍ରମିତ  ଚିହ୍ନଟ

ଭୁବନେଶ୍ୱର, ୨୮/୦୩/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ରେ କରୋନା ମିଟର ଉପର ମୁହାଁ । ଦୈନିକ ସଙ୍କ୍ରମଣ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ଦୈନିକ ସଙ୍କ୍ରମଣ ସଂଖ୍ୟା ୩ ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୦ କରୋନା ସଙ୍କ୍ରମିତ  ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୧ ଜଣ ସଙ୍ଗରୋଧ କେନ୍ଦ୍ରରେ  ଚିହ୍ନଟ ହୋଇଥିବା ବେଳେ ୧୧୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦ଜଣ, ବାଲେଶ୍ୱର ଜିଲ୍ଲାରୁ ୬ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୯ଜଣ, କଟକ ଜିଲ୍ଲାରୁ ୧୬ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୭ଜଣ, ଜଗତସିଂହପୁର ଜିଲ୍ଲାରୁ ୩ଜଣ, ଯାଜପୁର ଜିଲ୍ଲାରୁ ୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୧ଜଣ, କଳାହାଣ୍ଡି ଜିଲ୍ଲାରୁ ୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୧ଜଣ, କୋରାପୁଟ ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ଜଣ, ପୁରୀ ଜିଲ୍ଲାରୁ ୬ଜଣ, ରାୟଗଡ଼ା ଜିଲ୍ଲାରୁ ୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪ଜଣ, ଷ୍ଟେଟ ପୁଲ୍ରୁ ୧୬ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୧୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୦୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩୩୬୫୭୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୧୬୫୦ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ  ଅଛନ୍ତି ।  ଆଜି ସୁଦ୍ଧା ରାଜ୍ୟରେ ୮୯୭୫୦୯୫ ସାମ୍ପୁଲ ଟେଷ୍ଟ୍ ହୋଇଛି। ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *