Saturday , July 31 2021
Breaking News
Home / ବିଶେଷ / କରୋନା ମହାମାରୀ ସମୟରେ ପାରାଦୀପର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କରୋନା ମହାମାରୀ ସମୟରେ ପାରାଦୀପର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପାରାଦୀପ ୧୨/୦୬/୨୦୨୧(ଓଡ଼ିଶା ସମାଚାର)- ଏକଦା ସମଗ୍ର ରାଜ୍ୟରେ ପରିମଳ ବ୍ୟବସ୍ଥାରେ ସୁଧାର ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାରାଦୀପ ପୌରପାଳିକା ସୁନାମ ଅର୍ଜନ କରି ଭାରତ ସରକାରଙ୍କ ପକ୍ଷରୁ ପ୍ରସଂଶିତ ହୋଇଥିଲା । ହେଲେ ପାରଦୀପର ସ୍ଥିତି ବଦଳି ଗଲାଣି । ରାସ୍ତାଘାଟ, ଡ୍ରେନ୍ ସବୁଠି ଅଳିଆ ଗଦା, ଡଷ୍ଟବିନ୍ ସଫା ହେଉନି କି ଡଷ୍ଟବିନ୍ ନିକଟରୁ ଅଳିଆ ଉଠୁନି । ମୁ୍ୟନିସିପାଲିଟି କର୍ତୃପକ୍ଷ କିଛି ହାତଗଣତି ଠିକାଦାରଙ୍କୁ ନିଜୁକ୍ତି କରିଛନ୍ତି । କର୍ତୃପକ୍ଷ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଂଟ ଯୋଗୁୃଁ ପାରାଦୀପର ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଡ୍ରେନ୍ ଗୁଡିକ ସଫା ନହେବା କାରଣରୁ ଡ୍ରେନ୍ରେ ଗଛ ଉଠିଗଲାଣି । ସଫେଇ ଠିକାଦାର ରାସ୍ତାକଡରେ ଥିବା ଅନାବନା ଗଛ ଓ ଘାସ ସଫା କରିବା କଥା ତାହା ନହେବା କାରଣରୁ ଠାଏ ଠାଏ ପୁରୁଷେ ଉଚାର ଅନାବନା ଗଛ ହୋଇ ଗଲାଣି । ମୁ୍ୟନିସିପାଲିଟି କର୍ତୃପକ୍ଷ ଏହାର ଯଦି ତଦାରଖ କରନ୍ତେ ତେବେ ଏଭଳି ସ୍ଥିତି ହୁଅନ୍ତା ନାହିଁ । ବର୍ଷବର୍ଷ ଧରି ଡ୍ରେନ୍ ସଫା ହେଉନାହିଁ । ରାତି ତ ରାତି ଦିନରେ ମଶା ହାଉଯାଉ । ଘରେ ବି ବାହାରେ ରହି ହେଉନାହିଁ ମଶାଙ୍କ ପ୍ରାର୍ଦୂଭାବରେ । ସହରର ବିଭିନ୍ନ ଛୋଟ ଛୋଟ ଡ୍ରେନ୍ ସହ ଇଙ୍ଗ ଡ୍ରେନ୍ ର ସମାନ ସ୍ଥିତି ଦେଖିବାକୁ ମିଳୁଛି । କରୋନା ମହାମାରୀ ସମୟରେ ଲୋକମାନେ ଘରେ ରହୁଥିବା ବେଳେ ମଶାଙ୍କ ଯନ୍ତ୍ରଣା ପାରାଦୀପବାସୀଙ୍କୁ ବ୍ୟତିବ୍ୟସ୍ତ କରି ଦେଲାଣି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *