Saturday , June 19 2021
Breaking News
Home / ବିଶେଷ / କରୋନା ମହାମାରୀ ସମ୍ବନ୍ଧରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆଲୋଚନାଚକ୍ର

କରୋନା ମହାମାରୀ ସମ୍ବନ୍ଧରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆଲୋଚନାଚକ୍ର

ଭୁବନେଶ୍ୱର,୨୨/୦୫/୨୦୨୧(ଓଡ଼ିଶା ସମାଚାର)-କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକଦିବସୀୟ କରୋନା ମହାମାରୀ ବିଷୟରେ ଏକ ଆଭାସି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଇଏନଟି ବିଶେଷଜ୍ଞ ଡ. ନୀଳମାଧବ ପୃଷ୍ଟି ପ୍ରଶିକ୍ଷକ ଭାବରେ ଯୋଗଦେଇ ମାସ୍କ ବ୍ୟବହାର, ସ୍ୱଚ୍ଛତା ରହିବା, ପରସ୍ପର ସହ ୬ ଫୁଟ ଦୂରତା ରକ୍ଷା କରିବା, ମହାମାରୀ ପାଇଁ ଦିଆଯାଇଥିବା ଇେଞ୍ଜକସନ ନେବାର ଗୁରୁତ୍ୱ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଛାତ୍ରୀମାନଙ୍କର କୋଭିଡ-୧୯ ସମ୍ବନ୍ଧରେ ବିଭିନ୍ନ ଯଥାର୍ଥ ଉର ଦେଇଥିଲେ । ଅନ୍ୟତମ ବକ୍ତା ଭାବେ ମହାବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଧ୍ୟାପିକା ଡ. ଭେଦୁଲା ରାମଲକ୍ଷ୍ମୀ ଓ ଗୃହ ବିଜ୍ଞାନ ବିଭାଗର ପ୍ରଧ୍ୟାପିକା ଡ. ମଧୁସ୍ମିତା ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନଶୈଳୀ ଯୋଗ, ପ୍ରାଣାୟମ ଓ ସୁଷମ ଖାଦ୍ୟ କିଭଳି କୋଭିଡ-୧୯କୁ ପ୍ରତିହତ କରିପାରିବ ବୁଝାଇଥିଲେ । ଏଥିରେ ମହାବିଦ୍ୟାଳୟର ୧୦୦ଜଣ ଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୋଜିକା ଡ. ଅଲିଭା ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହାମାରୀ ସମୟରେ ସ୍ୱେଚ୍ଛାସେବୀମାନଙ୍କର କର୍ତବ୍ୟ ବିଷୟରେ ବୁଝାଇଥିଲେ । ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ରଥ ଉଦଘାଟନ କରି ଏହି ରୋଗର ଭୟାବହତା ଏବଂ ଆମ ସମସ୍ତଙ୍କର କର୍ତବ୍ୟ ବିଷୟରେ ଅବଗତ କରାଇଥିଲେ । ପରିଶେଷରେ ଦର୍ଶନ ବିଭାଗର ଅଧ୍ୟାପିତା ଡ. କଲ୍ୟାଣୀ ଷଡ଼ଙ୍ଗୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଭାସି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ. ସୁଶାନ୍ତ କୁମାର ପଟ୍ଟନାୟକ ଓ ଡ. ବନିତା ମହାନ୍ତି ପରିଚାଳନା କରିଥିଲେ । ଏଥିରେ ରାଷ୍ଟ୍ରୀୟ ସେବା ଯେଜାନାର ସ୍ୱେଚ୍ଛାସେବୀ ଶ୍ରୀଷ୍ଠି ସକ୍ସେନା, ଭାର୍ଗବୀ ସାଇକୃପା, ଝରଣା ଦାସ ଓ ହରପି୍ରୟା ମିଶ୍ର ପରିଚାଳନା କରିବାରେ ସହୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *