Thursday , June 24 2021
Breaking News
Home / ବିଶେଷ / କମିଶନରେଟ ପୁଲିସ-ବରିଷ୍ଠ ନାଗରିକ ବୈଠକ

କମିଶନରେଟ ପୁଲିସ-ବରିଷ୍ଠ ନାଗରିକ ବୈଠକ

କଟକ, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ବାଦାମବାଡ଼ି ଥାନା ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଦାମବାଡ଼ି ନ୍ୟୁ ଏଲଆଇସି କଲୋନୀ ହାଇସ୍କୁଲ ପରିସରରେ ଆୟୋଜିତ ବୈଠକରେ ସ୍ଥାନୀୟ ଅଂଚଳର ଶତାଧିକ ବରିଷ୍ଠ ନାଗରିକ ଯୋଗଦେଇଥିଲେ । ଥାନାଧିକାରୀ ହିମାଂଶୁ ଭୂଷଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ସିଏମ୍ସିର ପୂର୍ବତନ ଡେପୁଟୀ ମେୟର ଅଜୟ କୁମାର ବାରିକ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କୁ ସବୁ କ୍ଷେତ୍ରରେ ସହାୟତା ଯୋଗାଇବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକମଙ୍କ ନୋଡାଲ ଅଫିସର ଭାବେ ଥିବା ରାମଚନ୍ଦ୍ର ଲେଙ୍କା ବୈଠକ ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ବସନ୍ତ କୁମାର ଜେନା, କୃପାସିନ୍ଧୁ ପଣ୍ଡା, ବିଷ୍ଣୁ ଦାସ ସାମନ୍ତ, ନରସିଂହ ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *