Wednesday , August 4 2021
Breaking News
Home / ବିଶେଷ / କବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ ସମ୍ବର୍ଦ୍ଧିତ

କବି ଓ କଥାକାର ସୁକାନ୍ତ କୁମାର ପ୍ରଧାନ ସମ୍ବର୍ଦ୍ଧିତ

    ଜଗତସିଂହପୁର, ୨୬/୦୬/୨୦୧୯ (ଓଡ଼ିଶା ସମାଚାର/ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ସ୍ଥିତ ତରଡାପଡା ଗ୍ରାମର ଶ୍ରୀ ନୃସିଂହନାଥ ଙ୍କ ପ୍ରାଙ୍ଗଣରେ ଇସ୍କନ ବାଲିକୁଦା ଦ୍ୱାରା ଆୟୋଜିତ ତିନିଦିନିଆ ଭାଗବତ କଥା ଓ ଶ୍ରୀମଦ୍ ଭଗବତ ଗୀତା ମୌଳିକ ରୂପରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଖ୍ୱୋକ ଆବୃତି କାର୍ଯ୍ୟକ୍ରମ ପ୍ରଥମ ସଂନ୍ଧ୍ୟାରେ ଇସ୍କନ ବାଲିକୁଦା ସ୍ଥିତ ଶ୍ରୀମଦ୍ ଚୈତନ୍ୟ ଚନ୍ଦ୍ର ଦାସମହାରାଜଙ୍କ ଦ୍ୱାରା ଭଗବତଦର୍ଶନ,ଭକ୍ତ,ଭକ୍ତି,ଓ ଭଗବାନ ଏବଂ ବିଷ୍ଣୁଭକ୍ତ ଓ କୃଷ୍ଣଭକ୍ତ ଉପରେ କଥା ପ୍ରସଙ୍ଗ ଆଲୋଚନା କରିଥିଲେ ।  ଭାଗବତ କଥା ଆଲୋଚନା ପରେ ଆଧ୍ୟତ୍ମିକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।ସେଥିରେ କବି ଓ କଥାକାର ଦୁଇଟି ମୁଖ୍ୟ ଆଧ୍ୟତ୍ମିକ ପ୍ରଶ୍ନ ଯଥା ଗୃହମେଦି ଓ ଗୃହସ୍ଥ ଧର୍ମ କଣ ଏବଂ ବିଷ୍ଣୁ ଭକ୍ତ ଓ କୃଷ୍ଣ ମଧ୍ୟରେ କିଏ ଶ୍ରେଷ୍ଠ ପଚାରିଥିଲେ ।  ଏହାକୁ ଶ୍ରୀମଦ୍ ଚୈତନ୍ୟ ମହାରାଜ ସୁନ୍ଦର ଭାବେ ଉତ୍ତର ରଖିଥିଲେ । ରେଯଉଁଥିରେ କି ସେ କହିଥିଲେ ବ ଗୃହମେଦୀଙ୍କ ଠାରୁଗୃହସ୍ଥମାନବ ଶ୍ରେଷ୍ଠ ଏବଂ ବିଷ୍ଣୁଭକ୍ତ ଠାରୁ କୃଷ୍ଣ ଭକ୍ତ ଶ୍ରେଷ୍ଠ  । ଏହିଅବସରରେ କବି ଓକଥାକାର ସୁକାନ୍ତ ପ୍ରଧାନଙ୍କୁ ଚୈତନ୍ୟ ମହାରାଜ ଶ୍ରୀମଦ୍ ଗୀତା ପ୍ରଦାନକରି ସମ୍ବର୍ଦ୍ଧନା କରିବା ସହିତ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ପ୍ରଶ୍ନ ପଚାରି ଥିବାରୁ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା । ସନ୍ଧ୍ୟାରେ ଭାଗବତ କଥା ଆରମ୍ଭରୁ ଭଜନ କୀର୍ତ୍ତନ ଇସ୍କନ ଭକ୍ତଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ତରଡାପଡା ଗ୍ରାମବାସୀ ଓ ଇସ୍କନ ଭକ୍ତ ବୃନ୍ଦଙ୍କ ଦ୍ୱାରା ୧୦ବର୍ଷଧରି ଅନୁଷ୍ଠିତ ହୋଇଆସୁଅଛିଏଥିଲେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *