Saturday , June 19 2021
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

କନ୍ଧମାଳ ଜିଲ୍ଲାରେ ଦଣ୍ଡନାଚକୁ ନେଇ ଗାଇଡ଼ ଲାଇନ ଜାରୀ କଲା ଜିଲ୍ଲା ପ୍ରଶାସନ

 

କନ୍ଧମାଳ, ୨୫/୦୩/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗଣପର୍ବ ଦଣ୍ଡନାଚ ପାଳନ ନେଇ ଜିଲ୍ଲା ପ୍ରଶାସନ ଏସ୍‌ଓପି ଜାରି କରିଛି। କୋଭିଡ୍ ଗାଇଡଲାଇନ ପାଳନ ସହ କଡ଼ା କଟକଣା ମଧ୍ୟରେ ଦଣ୍ଡନାଚ ପାଳନ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବାରୋପ କରିଛି। ଦଣ୍ଡନାଚ ସମୟରେ ଅପେରା, ଯାତ୍ରା, ଡିଜେ, ଡାକବାଜି ଯନ୍ତ୍ର, ମେଳା, ନୃତ୍ୟ, ଗୀତ, ଭିଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଦଣ୍ଡନାଚରେ କେବଳ ପ୍ରଥା ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ। ଯେଉଁ ଗ୍ରାମରେ ମେରୁ ଓ କଳସ ଯାତ୍ରା ସମ୍ପନ୍ନ ହେବ, ସେଥିରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ବିଭିନ୍ନ ମନ୍ଦିର ଓ ଧାର୍ମିକସ୍ଥଳରେ କେବଳ ଠାକୁରଠାକୁରାଣୀଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ କରାଯିବ ଏବଂ କୌଣସି ପରିସ୍ଥିତିରେ ସେଠାରେ ୧୦ରୁ ଅଧିକ ଲୋକ ରୁଣ୍ଡ ହୋଇପାରିବେ ନାହିଁ। ଏହି ସମୟରେ ସମସ୍ତ ଭକ୍ତ ଓ ଦଣ୍ଡୁଆ ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମୁହଁରେ ମାସ୍କ୍ ପିନ୍ଧିବେ ଓ ହାତକୁ ସାନିଟାଇଜ୍ କରିବେ। ସେହିପରି କୌଣସି ଆବଦ୍ଧ କ୍ଷେତ୍ର ମଧ୍ୟରେ ଦଣ୍ଡନାଚ କରାଯାଇପାରିବ ନାହିଁ। ଦଣ୍ଡନାଚ ସମୟରେ ସାଧାରଣ ଦର୍ଶକ ଜମା ହୋଇ ପାରିବେ ନାହିଁ। ଦଣ୍ଡନାଚ ଆୟୋଜକ ଏବଂ ଦଣ୍ଡୁଆମାନେ ସରକାରଙ୍କ କୋଭିଡ୍‌-୧୯ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବେ। ଦଣ୍ଡନାଚ ସମୟରେ ଭକ୍ତ ଏବଂ ଦଣ୍ଡୁଆମା‌ନେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ। କୋଭିଡ୍ କିମ୍ବା ଫ୍ଲୁ ଲକ୍ଷଣ ଥିବା ଦଣ୍ଡୁଆ ଏବଂ ଭକ୍ତମାନଙ୍କୁ ଦଣ୍ଡନାଚ ସ୍ଥଳକୁ ବାରଣ କରାଯିବ। ଆୟୋଜକମାନେ ଏଥିପ୍ରତି ଦୃଷ୍ଟି ଦେବା ବାଧ୍ୟତାମୂଳକ। ଦଣ୍ଡନାଚ ବେଳେ ଅନାବଶ୍ୟକ ଭିଡ଼କୁ ଯେତେଦୂର ସମ୍ଭବ ରୋକାଯିବା ଉପରେ ଆୟୋଜକ ମାନେ ଗୁରୁତ୍ବ ଦେବେ। ଦଣ୍ଡନାଚ ବେଳେ କୌଣସି ପ୍ରକାର ପଂକ୍ତି ଭୋଜନ ଏବଂ ସାମୂହିକ ଭୋଜିକୁ କଡ଼ାକଡ଼ି ଭାବେ ବାରଣ କରାଯିବ। ଦଣ୍ଡନାଚ ସମୟରେ କେହି ପାନ ଓ ଗୁଟ୍‌ଖା ଚୋବାଇ ଏଣେତେଣେ ଛେପ ପକାଇ ପାରିବେ ନାହିଁ। ଏଥିପ୍ରତି ଆୟୋଜକ ମାନେ ଦୃଷ୍ଟି ଦେବା ଜରୁରୀ। ଦଣ୍ଡନାଚ ସମୟରେ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ। କେବଳ ଖୋଲା ଜାଗାରେ ଉପଯୁକ୍ତ ସାମାଜିକ ଦ୍ବରତ୍ବ ରକ୍ଷା କରି ନୃତ୍ୟ ପ୍ରଦର୍ଶନ କରାଯାଇପାରିବ। କୋଭିଡ-୧୯ ସ୍ଥିତିକୁ ଆୟତ୍ତ କରିବାକୁ ହେଲେ ଦଣ୍ଡନାଚରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧ ବ୍ୟକ୍ତି, ୧୦ ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଦଣ୍ଡନାଚସ୍ଥଳକୁ ବାରଣ କରାଯିବା ଉପରେ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି।

ଦଣ୍ଡନାଚ ପ୍ରଦର୍ଶନ କରାଯାଉଥିବା ବେଳେ ଅଯଥା ଭିଡ଼କୁ ରୋକିବା ପାଇଁ କୌଣସି ଖାଦ୍ୟ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନକୁ ଅନୁମତି ଦିଆଯିବ ନାହିଁ। ଭଜନ, କୀର୍ତ୍ତନ ମାଧ୍ୟମରେ ଅଯଥା ଭିଡ଼ କରାଯାଇ ପାରିବ ନାହିଁ। ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ଏବଂ ଅଂଶୁଘାତକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ମଧ୍ୟରେ ଦଣ୍ଡନାଚ କରାଯାଇ ପାରିବ ନାହିଁ। ଦଣ୍ଡନାଚ ପାଇଁ ଆୟୋଜକମାନେ ନିଜନିଜ ବିଡ଼ିଓଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ। ଦଣ୍ଡନାଚ ସମୟରେ କୋଭିଡ ଗାଇଡ୍‌ଲାଇନ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ତହସିଲଦାର ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଉପ ଜିଲ୍ଲାପାଳମାନେ ଏକ ‘କୋଭିଡ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବେ। ଦଣ୍ଡନାଚ ସମୟରେ ଯଦି କୌଣସି କୋଭିଡ ଗାଇଡଲାଇନ ଉଲ୍ଲଂଘନ ହୁଏ, ସେଥିପାଇଁ ଆୟୋଜକମାନେ ଦାୟୀ ରହିବେ। ଏଥିରେ ଯଦି କୌଣସି ଖିଲାପ ହୁଏ ତେବେ ପ୍ରାକୃତିକ ବିପର୍ଯ୍ୟୟ ଆଇନ-୨୦୦୫ ଏବଂ ମହାମାରୀ ଆଇନ-୧୮୯୭ ଅନୁସାରେ ଦଣ୍ଡ ବିଧାନ କରାଯିବ। ଓଡିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *