Monday , June 21 2021
Breaking News
Home / ସ୍ୱାସ୍ଥ୍ୟ / କନ୍ଦରପୁରରେ ପ୍ରଥମ କରୋନା ଟୀକାନେଲ ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ

କନ୍ଦରପୁରରେ ପ୍ରଥମ କରୋନା ଟୀକାନେଲ ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ

କଟକ, ୦୪/୦୨/୨୦୨୧ (ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କରୋନା ଟୀକାଦାନ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ୯୨ ଜଣ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ,ଅଶାକର୍ମୀ,ଅଙ୍ଗନବାଡି କର୍ମୀ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ,ପ୍ରଥମ କରୋନା ଟୀକା ସ୍ୱାସ୍ଥ୍ୟ ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ ନେଇଥିବା ବେଳେ ବେଣ୍ଟକାର-୪୨ ମୌଜ଼ା ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ଦେଶକ ଡାକ୍ତର ବସନ୍ତ କୁମାର ସାହୁ,ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ସ୍ୱାସ୍ଥ୍ୟ ପରିଦର୍ଶକ ନିଗମାନନ୍ଦ ମହାନ୍ତି, ପରିଦର୍ଶିକା ସନ୍ଧ୍ୟାରଣୀ ଦାଶ,ସ୍ୱାସ୍ଥ୍ୟକର୍ମୀ ଜିନୁଵାଳା ସାମନ୍ତରାୟ, ଶିବାନି ବୋଷ, ଭାରତୀ ଦାଶ, ବେଲାରାଣୀ କୁଅଁର, ରତ୍ନମଞ୍ଜରୀ ଆଚାର୍ଯ୍ୟ, ନିର୍ମଳା ପଣ୍ଡା, ଅଶୋକ ବେହେରା,ପ୍ରତାପ ସେଠୀ, ବିକାଶ ନାୟକ, ଫର୍ମାସିଷ୍ଟ ଦେବରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ ହେବ

ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର)- ସୋମବାରଠୁ କ୍ୟାମ୍ପେନ ମୋଡ଼ରେ କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ଟିକାକରଣ ହେବ। ପ୍ରତ୍ୟେକ ଦିନ …

Leave a Reply

Your email address will not be published. Required fields are marked *