Monday , June 21 2021
Breaking News
Home / ରାଜନୀତି / କଟକ ସଦର ନିର୍ବାଚନ ମଣ୍ଡଳୀ ବହୁ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଲେ

କଟକ ସଦର ନିର୍ବାଚନ ମଣ୍ଡଳୀ ବହୁ ବିଜେପି କର୍ମୀ ବିଜେଡି ରେ ଯୋଗ ଦେଲେ

କଟକ ସଦର /କିଶୋରନଗର ୧୮/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): ଗୁରୁବାର ଅପରାହ୍ନରେ କଟକ ସଦର ଅନ୍ତର୍ଗତ ବାରଦା ମେଲଣ ଓଡ଼ିଆ ରେ ବିଜେଡି ର ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସଭାପତି ପ୍ରମୋଦ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମାବେଶ ରେ କଟକ ସଦର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଏହି ସମାବେଶ ରେ ବିଜେଡି ର ସାଙ୍ଗଠନିକ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ର ପୂର୍ବତନ ସଭାପତି ବଳରାମ ସେଠୀ, ସିଦ୍ଧାର୍ଥ ଶଙ୍କର ଦତ୍ତ, ରମେଶ ସେଠୀ, ସନ୍ତୋଷ ବାରିକ,ସତ୍ୟବାନ ବେହେରା, ବ୍ରହ୍ମାନନ୍ଦ ସାହୁ,ଶିବପ୍ରସାଦ ସାହୁ,ଗଜେନ୍ଦ୍ର ଲେଙ୍କା,ଶିଶିର ସିଂନ୍ହା, ଭବେଶ ସିଂନ୍ହା,ଠୁକୁରି ସେଠି, ତପନ ଭୋଇ,ଦୁର୍ୟ୍ୟୋଧନ ନାୟକ,ମୋହନ ବାରିକ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିଧାୟକ ଚନ୍ଦ୍ରସରଥୀ ବେହେରା ଙ୍କ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ବିଜୁଜନତା ଦଳରେ ସାମିଲ ହୋଇଛନ୍ତି।ଉକ୍ତ କର୍ମୀସଳନୀ ରେ ନବନିଯୁକ୍ତ କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତା ନନ୍ଦ ଦାସ ଓ କଳାମିଶ୍ରି ଗ୍ରାମପଞ୍ଚାୟତ ବିଜେଡି ସଭାପତି ପ୍ରମୋଦ ନାୟକ,ପଞ୍ଚାୟତ ଗୁଡିକର ସଭାପତି,ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ବହୁବିଜୁ ପ୍ରେମି ଯୋଗଦେଇଥିଲେ। ଓଡ଼ିଶା ସମାଚାର

About admin

Check Also

ଋାହୁଳ ଙ୍କ ଜନ୍ମ ଦିନରେ ମାସ୍କ ବଂଟନ 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ …

Leave a Reply

Your email address will not be published. Required fields are marked *