Thursday , June 17 2021
Home / ତାଜା ଖବର / କଟକ ରୁ ପୁଣି ଧଳା ଜହର ଜବତ, ୫ ଗିରଫ

କଟକ ରୁ ପୁଣି ଧଳା ଜହର ଜବତ, ୫ ଗିରଫ

କଟକ, ୧୩/୦୧/୨୦୨୧ (ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକରୁ ପୁଣି ଧଳା ଜହର ଜବତ ହୋଇଛି । ବିଡ଼ାନାସୀ ଥାନା ଆଇଆଇସି ଲକ୍ଷ୍ମୀନାରାୟଣ ତିୱାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଚଢ଼ାଉ କରି ଦେଉଳୀସାହି ଦେବୀ ଘର ନିକଟରୁ ୧୦୬ ଗ୍ରାମ ର ଧଳା ଜହର (ବ୍ରାଉନ ସୁଗାର) ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାର ର ଆମୁନାନିକ ମୂଲ୍ୟ ପ୍ରାୟ ଦଶ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ଯୁବକମାନେ ହେଉଛନ୍ତି କଟକ ର ଦେବାଶିଷ ବିଶ୍ୱାଳ ଆଲିଆସ ପୁଅ (୨୪) ବିଶ୍ୱରଂଜନ ସ୍ୱାଇଁ ଆଲିଆସ ସୁକନ (୨୫), ଶ୍ରୀରାଜ ପାତ୍ର ଆଲିଆସ ବାବୁ (୨୭), ହାଟବସ୍ତା , ସୁନାଖଳା , ନୟାଗଡ଼ର ମନୋଜ କୁମାର ଦାସ (୨୯) ସୁମନ୍ତ କୁମାର ମାଝୀ (୩୪) । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *