Sunday , June 20 2021
Home / ବିଶେଷ / କଟକ ମ୍ୟୁନିସପାଲ କମିଶନର ଙ୍କ ଠାରୁ ଶୁଣନ୍ତୁ

କଟକ ମ୍ୟୁନିସପାଲ କମିଶନର ଙ୍କ ଠାରୁ ଶୁଣନ୍ତୁ

କଟକ,୦୯/୦୫/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିଲା ବେଳେ ଏଥିରେ ରୋକ ଲଗାଇବା ଲାଗି ସରକାରଙ୍କ ପକ୍ଷରୁ ରାଜ୍ୟରେ ଲକ୍ଡାଉନ ଘୋଷଣା କରାଯାଇଛି । ବିଭିନ୍ନ ମେଡିକାଲରେ ନୂତନ ସୁବିଧା ସୁଯୋଗ ପ୍ରସ୍ତୁତ କରାଯାଇଛି। ଏହି ଧାରାରେ କଟକରେ ୧୨୦୦ କୋଭିଡ ବେଡ ଥିଲା ବେଳେ କଟକ ବଡ ମେଡିକାଲ ଏସିବିରେ ଆଉ ୧୦୦ ବେଡ ବଢାଇବା ଲାଗି ନିଷ୍ପତି ହୋଇଥିବା କଟକ ମହାନଗର ନିଗମର ସଚିବ ସୂଚନା ଦେଇଛନ୍ତି।

ଯେଉଁମାନେ କରୋନା ସଂକ୍ରମିତ ହୋଇ ଘରେ ଆଇସୋଲେସନରେ ରହୁଛନ୍ତି ସେମାନଙ୍କ ପାଇଁ ଏବଂ ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି ମାନେ ସିଏମସି ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ୭୦୭୭୭୫୫୫୫୫ ଏବଂ ୧୮୦୦୩୪୫୮୨୮୯କୁ କଲ କରି ନିଜର ଦ୍ୱନ୍ଦ ଦୂର କରିପାରିବେ। ଘରେ ରୁହନ୍ତୁ, କରୋନା ଚେନ୍ ଭାଙ୍ଗିବାରେ ସାହାଯ୍ୟ କରନ୍ତୁ । କଟକ ମ୍ୟୁନସପାଲ କମିଶନର ଅନନ୍ୟା ଦାସ କଣ କହୁଛନ୍ତି ଶୁଣନ୍ତୁ ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *