Friday , June 25 2021
Breaking News
Home / ବିଶେଷ / କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ

କଟକ , ୦୮/୦୬/୨୦୨୧(ଓଡ଼ିଶା ସମାଚାର)- ଅଧୁନା ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଚକା ବନ୍ଦ ହେତୁ ନାନାଦି ସମସ୍ୟା ମଧ୍ୟରେ ଥିବା ବସ ଡ୍ରାଇଭର,କଣ୍ଡକ୍ଟର,ହେଲପର ମାନଙ୍କୁ ସେଵା ଓ ସହଯୋଗର ଉର୍ଣ୍ଣତ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହୋଇ କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏହି ସେଵାକାର୍ଯ୍ୟ ତାଲା ବନ୍ଦ ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ୟୁନିୟନ ପକ୍ଷରୁ ସଭାପତି ସାଥି ଜନାର୍ଦ୍ଦନ ପତି,ଉପ ସଭାପତି ପ୍ରଦିପ୍ତ କିଶୋର ଖୁଣ୍ଟିଆ,ଆଇନଜୀବି ସରୋଜ କୁମାର ସ୍ୱାଇଁ, ବଦ୍ରୀନାରାୟଣ ଦାସ,ସାଧାରଣ ସଂପାଦକ ଶିଶିର କୁମାର ଲେଙ୍କା, ସହ ସମ୍ପାଦକ ଗଗନ ପରିଡା, ହୀରାଲାଲ ପଣ୍ଡା,ଚକ୍ରବର୍ତ୍ତୀ ଓତା,ବିଭୁତି ଭୂଷଣ ରାଉତ,ରକେଶ ରାଉତ,ରଘୁନାଥ ବାରିକ,ଗୌରାଙ୍ଗ ବେହେରା,ରୋହିତ ରାଉତ,ନାରାୟଣ ନାୟକ,ଜଳଦେବ ପ୍ରଧାନ,ରମାକାନ୍ତ ମଣ୍ଡଳ ପ୍ରମୁଖ ମତ ପ୍ରକାଶ କରିବା ସହ ପରିଚାଳନା କରୁଛନ୍ତି । ଲୋକପ୍ରିୟ ସରକାର କର୍ମଚାରୀ ମାନଙ୍କୁ  କରୋନା  ଦୁଃସମୟରେ ସହଯୋଗ କରିବାକୁ ୟୁନିୟନ ପକ୍ଷରୁ ନିବେଦନ କରାଯାଇଛି । ଓଡିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *