Saturday , June 19 2021
Breaking News
Home / ସ୍ୱାସ୍ଥ୍ୟ / କଟକ ବଡ଼ ଡ଼ାକ୍ତରଖାନାରେ ଖୋଲିବ ଏକମୋ ୟୁନିଟ୍

କଟକ ବଡ଼ ଡ଼ାକ୍ତରଖାନାରେ ଖୋଲିବ ଏକମୋ ୟୁନିଟ୍

କଟକ , ୦୭/୦୬/୨୦୨୧(ଓଡ଼ିଶା ସମାଚାର)- ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ରେ ଏକମୋ ବା ଏଳ୍ସଟ୍ରାକପୋରିଏଲ ମେମ୍ରେନ୍ ଅକ୍ସିଜିନେସନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କ ଫୁସଫୁସ କୁ କୃତ୍ରିମ ଭାବେ ଅମ୍ଳଜାନ ପହଂଚାଇବାରେ ଏକମୋ ମେସିନ୍ ବିଶେଷ ସାହାଯ୍ୟ କରିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକ ବଡ଼ ଡ଼ାକ୍ତରଖାନାରେ ସ୍ୱତନ୍ତ୍ର ଏକମୋ ୟୁନିଟ୍ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଏହି ୟୁନିଟ ରେ ୬ ଟି ମେସିନ୍ ରହିବ । ୬ ଜଣ ବରିଷ୍ଠ ଡ଼ାକ୍ତରଙ୍କୁ ନେଇ ଏଥିପାଇଁ ଏକ କମିଟି ଗଠନ କରାଯାଇଛି । ଖୁବ ଶୀଘ୍ର ମେସିନ କିଣାଯାଇ ୟୁନିଟ କୁ କାର୍ଯ୍ୟକ୍ଷମ କରାଯିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *