Wednesday , June 23 2021
Breaking News
Home / ବିଶେଷ / କଟକ ବଡ଼ ଡ଼ାକ୍ତରଖାନାରୁ କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ ବଡ଼ ଡ଼ାକ୍ତରଖାନାରୁ କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ ୧୦/୦୪/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ଓ ଓଡ଼ିଶା ବାହାରେ ଚହଳ ପକେଇଥିବା କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର ହୋଇଯାଇଛି । କଟକ ବଡ଼ ଡ଼ାକ୍ତରଖାନାର ସର୍ଜରୀ ୱାର୍ଡ଼ରୁ ଚମ୍ପଟ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ଏକାଧିକ ମାମଲାରେ ସଂପୃକ୍ତ ଥିବା ହାଇଦର ସମ୍ବଲପୁର ଜେଲ ରେ ଥିଲା । ୨୦୧୮ ଜୁନ୍ ମାସରେ କେନ୍ଦ୍ରାପଡ଼ା ବାରିମୂଳ ଉପକାରଗାରରୁ ସମ୍ବଲପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର୍ର ପୁଅ ସେକ୍ ଅଜୋ ଉପକାରାଗାର ଅଧୀକ୍ଷକ ସରୋଜ ବିଶ୍ୱାଳଙ୍କୁ ଧମକ ଦେବା ଅଭିଯୋଗ ହେବା ପରେ ହାଇଦର କୁ ସେଠାରୁ ସ୍ଥାନାନ୍ତର କରାଯାଇଥିଲା।ଗତ କିଛି ଦିନ ହେବ ସେ ବୁର୍ଲାରେ ଚିକିତ୍ସାଧିନ ଥିବାବେଳେ କଟକ ବଡ ଡ଼ାକ୍ତରଖାନାକୁ ରେଫର ହୋଇ ଚିକିତ୍ସାଧୀନ ଥିଲା। କଟକ ବଡ଼ ଡ଼ାକ୍ତରଖାନା (ଏସସିବି) ର ସର୍ଜରୀ ଓ୍ଵାର୍ଡରେ ସେ ଚିକିତ୍ସାଧିନ ଥିଲା। ଶନିବାର ଅପରାହ୍ନରେ ସୁରକ୍ଷା କର୍ମୀ ଙ୍କୁ ନିଶା ଦେଇ ଅଚେତ କରି ହାଇଦର ଫେରାର ହୋଇଯାଇଛି। ଏସସିବି ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍ରେ ହାଇଦରର ଚିକିତ୍ସା ଚାଲିଥିଲା। ଗତ ୨୮ ତାରିଖରେ ହାଇଦରକୁ ବୁର୍ଲା ରୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା। ହାଇଦରର ଫେରାର ହୋଇଯାଇଥିବା ଜଣାପଡ଼ିବା ପରେ ପୁଲିସ ର ନିଦ ହଜିଗଲାଣି । ତାକୁ ପୁଣି ଧରିବା ପାଇଁ ସମସ୍ତ ପ୍ରବେଶ ପଥକୁ ସିଲ କରି ଯାଂଚ ଆରମ୍ଭ ହୋଇଛି । ସମସ୍ତ ଛକ ଯାଗା ମାଙ୍କରେ ଚେକିଙ୍ଗ ଆରମ୍ଭ ହୋଇଯାଇଛି । କଟକ ଡ଼ିସିପି, କେନ୍ଦ୍ରାପଡ଼ା ଏସପି ଓ ଯାଜପୁର ଏସପି ଙ୍କୁ ହାଇଦର କୁ ଠାବ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି । ହାଇଦରକୁ ଖୁବ ଶୀଘ୍ର ଧରିବାରେ ସଫଳ ହେବୁ ବୋଲି କଟକ ଡ଼ିସିପି କହିଛନ୍ତି । ବୁର୍ଲା ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ କେଉଁମାନେ ତାକୁ ଭେଟ କରିଥିଲେ , ତାହାର ଡ଼ାଟା ସଂଗ୍ରହ କରାଯାଇ ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ ଆରମ୍ଭ ହୋଇ ଯାଇଛି । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *