Friday , June 18 2021
Breaking News
Home / ବିଶେଷ / କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ

କଟକ ଜିଲ୍ଲାରେ କୋଭିଡ ସଚେତନ ରଥର ଶୁଭାରମ୍ଭ

କଟକ, ୦୫/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- କୋଭିଡ ସମ୍ବନ୍ଧୀୟ ସୂଚନା ଓ ବାର୍ତ୍ତା ଦୃଶ୍ୟଶ୍ରାବ ମାଧ୍ୟମରେ ଜନ ସଚେତନତାକୁ ଅଧିକ ବ୍ୟାପକ କରିବା ନିମନ୍ତେ ଆଜି ଜିଲ୍ଲାରେ ଏହାର ଶୁଭାରମ୍ଭ କରାଯାଇଛି। ଜିଲ୍ଳାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପତାକା ଦେଖାଇ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସଚେତନ ରଥ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ୟ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକ ତଥା ମହା ନଗର ଅଞ୍ଚଳରେ ପ୍ରଚାର ପୁର୍ବକ ଭ୍ରମଣ କରିବ।
ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ସ୍ବରୂପ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ,ଓଡ଼ିଶାର ମିଳିତ ଉଦ୍ୟମରେ ଏହି କୋଭିଡ ସଚେତନତା ରଥ ଦୃଶ୍ୟଶ୍ରାବ ମାଧ୍ୟମରେ ଜିଲ୍ଲା ମାନଙ୍କରେ ପ୍ରଚାର କରିବା ପାଇଁ ସ୍ଥିର କରାଯାଇଛି।ଏହି ପ୍ରଚାର ସମୟରେ ସଚେତନତା କାହାଣୀ “କେଉଁ ବେଳାରେ ଆସିଲା ଏଇ କରୋନା ଭୂତାଣୁ” ଗୀତ ଭିଜୁଆଲ ସହ ଅନ୍ୟାନ୍ୟ ଗୀତ ଗାନ କରାଯାଉଛି।ଆଜିର ଏହି ଶୁଭାରମ୍ଭ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପି ଡି, ଡି ଆର ଡି ଏ, ଶ୍ରୀ ଅମ୍ବର କୁମାର କର, ଜିଲ୍ଳା କୋଭିଡ ନୋଡାଲ ଅଧିକାରୀ, ଡ଼ା ଉମେଶ ରାୟଙ୍କ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଶୋକ କୁମାର ଷଢଙ୍ଗୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀ ଜ୍ଞାନପ୍ରିୟ କାନୁନଗୋଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ମିଶ୍ର, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ଜେନା,ସହକାରୀ ଜିଲ୍ଳାପାଳ ତଥା କୋଭିଡ ପରିଚାଳନା ଅଧିକାରୀ ଅଳକାରଣୀ ଦେବତା,ପ୍ରଧାନ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ଷଢଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ …

Leave a Reply

Your email address will not be published. Required fields are marked *