Tuesday , August 3 2021
Breaking News
Home / ବିଶେଷ / କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ କଟକ ଅର୍ବାନ ପୁଲିସ ଏକ ଅଭିଯାନ ଚଳାଇଛି । ଆଜି କଟକ ଅର୍ବାନ ପୁଲିସ କୁ ଏହି ଅଭିଯାନର ଏକ ବଡ଼ ସଫଳତା ମିଳିଛି । ପ୍ରାୟୋଜିତ ଅପରାଧକୁ ରୋକିବାକୁ ହେଲେ ଏଥିରେ ବ୍ୟବହୃତ ହେଉଥିବା ଚୋରା ମାରଣାସ୍ତ୍ର କାରବାର ରୋକିବା ଦରକାର। ସେଥିପାଇଁ ପୋଲିସ ଏହି କାରବାର ରୋକିବା ପାଇଁ ସ୍ୱତନ୍ତ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଓ ପୋଲିସକୁ ଏଥିରେ ସଫଳତା ମିଳିଛି । ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ କରାଯିବା ସହ ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ କମିଶନରେଟ ପୋଲିସ ସଫଳ ହୋଇଛି ।
ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଚୋରା ବନ୍ଧୁକ କାରବାରର ମାଷ୍ଟର ମାଇଣ୍ଡ ତାଳଚେର ର ଟୁକୁନା ସ୍ୱାଇଁ । ଟୁକୁନାକୁ ରିମାଣ୍ଡରେ ଆଣି ପଚରାଉଚରା ବେଳେ ୪ ଅପରାଧୀଙ୍କ ବାବଦରେ ତଥ୍ୟ ମିଳିବା ପରେ ପୋଲିସ ଚଢାଉ କରିଥିଲା । ସେମାନଙ୍କୁ ଗିରଫ କରାଯାଇଛି । ଟୁକୁନା ନାଁ ରେ ତାଳଚେର, ତିର୍ତୋଲ ,କଟକ ରେ ମୋଟ୍ ୧୮ଟି ମାମଲା ରହିଛି ରହିଛି।
 ଅନ୍ୟଜଣେ ଅଭିଯୁକ୍ତ ସନ୍ତୋଷ ରାଉତ ନାମରେ କଟକ, ପୁରୀ ଓ ଭୁବନେଶ୍ୱରରେ ରହିଛି ୫ଟି ମାମଲା ରହିଛି । ସେହିପରି ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୬ ଟି ମାମଲା ରହିଛି । ଅନ୍ୟ ଜଣେ ପ୍ରଶାନ୍ତ ରାଉତ ନାମରେ କଟକ ଓ ପରାଦୀପ ରେ ୯ଟି ମାମଲା ରହିଛି।
ଟୁକୁନା ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ଯୋଗାଉଥିଲା। ଗତ ୩ ମାସ ଭିତରେ ପୋଲିସ ୪୩ଟି ଚୋରା ବନ୍ଧୁକ ଓ ୨୨୫ ମାରଣାସ୍ତ୍ର ଜବତ କଲାଣି । କଟକ ଡିସିପିଙ୍କ ନେତୃତ୍ୱରେ ଏହି ବଡ଼ ସଫଳତା ମିଳିଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *